Umesh Chandra Sarkar’s biography, net worth, fact, career, awards and life story

Intro First Odia Novelsit
Was Writer 
From India 
Type Literature 
Gender male
Birth 1857, Puri
Death 1914, Talcher
(aged 57 years)

ଉମେଶଚନ୍ଦ୍ର ସରକାର(୧୮୫୭-୧୯୧୪) ଥିଲେ ପ୍ରଥମ ଓଡ଼ିଆ ଔପନ୍ୟାସିକ । ସେ ରଚନା କରିଥିବା ‘ପଦ୍ମମାଳୀ’ ଓଡ଼ିଆ ସାହିତ୍ୟର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ । ସେ ଏହାକୁ ୩୨ ବର୍ଷ ବୟସରେ ଲେଖିଥିଲେ । ଏହା ୧୮୮୮ ମସିହାରେ କଟକ ପ୍ରିଣ୍ଟ କମ୍ପାନୀରୁ ପ୍ରଥମେ ପ୍ରକାଶିତ ହୋଇଥିଲା ।

ବ୍ୟକ୍ତିଗତ ଜୀବନ

ଉମେଶଚନ୍ଦ୍ରଙ୍କ ପରିବାର ଓଡ଼ିଶାରେ ରହିଆସିଥିବା ଏକ ବଙ୍ଗାଳୀ ପରିବାର ଥିଲେ । ଉମେଶଚନ୍ଦ୍ର ୧୮୫୭ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଇଶ୍ୱରଚନ୍ଦ୍ର ସରକାର । ସେ ଥିଲେ ଜଣେ ପୁଲିସ ଦରୋଗା । ଉମେଶଚନ୍ଦ୍ରଙ୍କୁ ୨ବର୍ଷ ବୟସ ବେଳକୁ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ପିତାଙ୍କ୍ ଦେହାନ୍ତ ପରେ, ସେମାନେ ସପରିବାର କଟକ ଚାଲିଆସି କାଳିବଜାରର ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ । କଟକରୁ ସ୍ନାତକ ଶିକ୍ଷା ସମାପ୍ତ କରି ଉମେଶଚନ୍ଦ୍ର ତତକାଳୀନ ଓଡ଼ିଶା କମିଶନରଙ୍କ କାର୍ଯ୍ୟାଳୟରେ କାମ କରିବା ଆରମ୍ଭ କରିଥିଲେ । ପରେ ସେ ଢେଙ୍କାନାଳ, ତାଳଚେର ଓ କନିକା ଇଷ୍ଟେଟରେ ମଧ୍ୟ କାମ କରିଥିଲେ । କନିକାରେ କାମ କରୁଥିବା ସମୟରେ ଅସୁସ୍ଥତା ହେତୁ ୧୮୯୯ ମସିହାରେ ସେ ସ୍ୱେଚ୍ଛାକୃତ ଅବସର ନେଇ କଟକ ଫେରି ଆସିଥିଲେ । କଟକ ଆସି ସୁସ୍ଥ ହେବାପରେ ସେ ସାହିତ୍ୟ ସର୍ଜନାରେ ମନୋନିବେଶ କରିଥିଲେ ।

୧୯୧୪ ମସିହାରେ ଆମାଶୟ ରୋଗରେ ପୀଡ଼ିତ ହୋଇ, ଉମେଶଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା ।

ସାହିତ୍ୟ ସର୍ଜନା

୧୯୦୭ ମସିହାରୁ ଉଦାସୀ ଛଦ୍ମନାମରେ, ସେ କେନ୍ଦୁଝର ବିଦ୍ରୋହ ନାମକ ଏକ ଧାରାବାହିକ ଐତିହାସିକ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ କିନ୍ତୁ ତାହା ଅସମ୍ପୂର୍ଣ୍ଣ ରହିଥିଲା । ପରେ ସେ ଉଭୟ ଓଡ଼ିଆ ଓ ଇଂରଜୀ ଭାଷାରେ ପୁସ୍ତକ ଲେଖିଛନ୍ତି । ଉମେଶଚନ୍ଦ୍ର ପଦ୍ମମାଳୀର ମୁଖବନ୍ଧରେ ଓଡ଼ିଆ ଭାଷାରେ ନିଜର କମ ଦକ୍ଷତା ସ୍ୱୀକାର କରି ଲେଖିଥିଲେ ଯେ, ସେ ହୁଏତ ଏଥିପାଇଁ ହାସ୍ୟାସ୍ପଦ ହୋଇପାରନ୍ତି ।

ପଦ୍ମମାଳୀ ଉପନ୍ୟାସର ପୃଷ୍ଟଭୂମୀରେ ଥିଲା, ଦୁଇଟି ଗଡ଼ଜାତ ରାଜ୍ୟ ମୟୁରଭଞ୍ଜ ଓ ନୀଳଗିରି ମଧ୍ୟରେ ଥିବା ବିବାଦ । ଏହି ବିବାଦ ମଧ୍ୟରେ ପରିକ୍ଷୀତ ସିଂହ ଓ ପଦ୍ମମାଳୀଙ୍କ ମଧ୍ୟରେ ଥିବା ପ୍ରେମ ମଧ୍ୟ ଉପନ୍ୟାସର ବିଷୟବସ୍ତୁ । ଉପନ୍ୟାସଟିରେ ୧୮୩୫ମସିହା ଫେବୃଆରୀ ଓ ଜୁନ ମାସ ମଧ୍ୟରେ ଘଟିଥିବା ଉପରୋକ୍ତ ଘଟଣାକୁ ବିଷୟବସ୍ତୁ ଭାବରେ ନିଆଯାଇଛି ।

ରଚନାବଳୀ

  • ପଦ୍ମମାଳୀ
  • କେନ୍ଦୁଝର ବିଦ୍ରୋହ
  • ଓଡ଼ିଆ ଢଗଢମାଳି
  • ମହିମ୍ନସ୍ତବ
  • Easy way to learn English
  • Temple of Truth
  • Speaking the Truth

ଆଧାର

You May Also Like