Tejaswini Priyadarsini’s biography, net worth, fact, career, awards and life story

Intro Young scientist from Odisha
Is Scientist 
From India 
Type Science 
Gender female
Birth Rourkela, India

ଦିନ‌କୁ ଦିନ ବାୟୁ ପ୍ରଦୁଷଣ ବଢୁଥିବା ସମୟରେ ୧୪ ବର୍ଷୀୟ ତେଜସ୍ୱିନୀ ପ୍ରିୟଦର୍ଶିନୀ ବାୟୁଚାଳିତ ବାଇକ୍ ଉଦ୍ଭାବନ କରି ଲୋକଲୋଚନ‌କୁ ଆସିଥିଲେ, ଯାହା ସମ୍ପିଡ଼ୀତ ବାୟୁକୁ ବ୍ୟବ‌ହାର କରି ଘଣ୍ଟା ପ୍ରତି ୬୦ କିମି ବେଗରେ ଗତି କରିବାର କ୍ଷମତା ରଖେ ।

ଆଦ୍ୟ ଜୀବନ

ଉଦ୍ଭାବନ

ତେଜସ୍ୱିନୀ ତାଙ୍କର ସିଦ୍ଧାନ୍ତକୁ ଏକ ସାଇକେଲ୍ ମରାମତି ଦୋକାନରୁ ପାଇଥିଲେ । ମରାମତି କରୁଥିବା କାରିଗର ବାୟୁ ଚାଳିତ ବନ୍ଧୁକ ବ୍ୟବ‌ହାର କରି ଟାୟାର୍‌ରୁ ନଟ୍ କାଢୁଥିବା ସିଦ୍ଧାନ୍ତକୁ ଅନ୍ୟ ପ୍ରକାରରେ ଉପଯୋଗ କରିବା କଠା ଭାବିଥିଲେ । ତାଙ୍କ ମତରେ, ବାୟୁ ଚାପର ସିଦ୍ଧାନ୍ତକୁ ନେଇ ଯଦି ଏକ ବନ୍ଧୁକ କାମ କରି ପାରୁଛି, ତେବେ ଏହି ସିଦ୍ଧାନ୍ତକୁ ନେଇ ଏକ ସାଇକେଲ୍ ମଧ୍ଧ୍ୟ ଚଲାଇହେବ । ତେବେ ଏହି ଭାବନାକୁ କାର୍ଯ୍ୟକାରୀ କରିବା ପାଇଁ ଓ ଆବଶ୍ୟକୀୟ ଯନ୍ତ୍ରପାତି ପାଇଁ ତାଙ୍କ ବାପା ଶ୍ରୀଯୁକ୍ତ ନଟବର ଗୋଚ୍ଛାୟତ ସାହାଯ୍ୟ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ବିଫଳ ହୋଇଥିଲେ ମଧ୍ଧ୍ୟ କ୍ମାଗତ ଚେଷ୍ଟା ଫଳରେ ସେ ସଫଳତା ପାଇଥିଲେ ।
ଏକ ପ୍ରବେଶ ନଳୀ ସ‌ହ ବାୟୁ ଥିବା ଏକ ସିଲିଣ୍ଡର ଆଣିଥିଲେ, ଯହାକୁ ଆରମ୍ଭ ନବ୍ (starting knob), ମାପିବା ଡାଏଲ୍ (measuring dial), ଓ ସୁରକ୍ଷା କପାଟିକା (safety valve) ସ‌ହ ସଂଯୋଗ କରାଯାଇଥିଲା । ଟ୍ୟାଙ୍କରୁ ଅତ୍ୟଧିକ ବାୟୁକୁ କାଢିବା ପାଇଁ ସୁରକ୍ଷା କପାଟିକାକୁ ବ୍ୟବ‌ହାର କରାଯାଇଥିଲା । ନବ୍‌ଟିକୁ ଚାଲୁ ରଖି ବାୟୁକୁ ସିଲିଣ୍ଡରରୁ ବାୟୁ ଚାଳିତ ବନ୍ଧୁକ୍କୁ ଛଡ଼ାଯାଏ, ଯାହା ସାଇକେଲ୍‌ର ପ୍ୟାଡ଼େଲ୍‌ରେ ସଂଯୁକ୍ତ ଥାଏ । ପ୍ୟାଡ଼େଲ୍‌ଟି ଛଅଟି ଅଲଗା ଅଲଗା ବ୍ଲେଡ୍‌ର ସାହାଯ୍ୟରେ ଗିଅର୍‌କୁ ବୁଲାଏ । ଯାହାଫଳରେ ସାଇକେଲ୍‌ଟି ଗତି କରିବାକୁ ଲାଗେ ।
ତେଜସ୍ୱିନୀଙ୍କ ବାପା ନଟବରଙ୍କ ମତରେ, ସାଇକେଲ୍‌ଟି ୧୦କିଗ୍ରା ସମ୍ପିଡ଼ୀତ ବାୟୁରେ ୬୦କିମି ଯାଇପାରବ । ତେଜସ୍ୱିନୀଙ୍କ ମତରେ, ଏହି ସିଦ୍ଧାନ୍ତକୁ ମୋଟର ସାଇକେଲ୍‌ରେ ମଧ୍ଧ୍ୟ ବ୍ୟବ‌ହେର କରାଯାଇପାରିବ, ଯାହାଫଳରେ ଇନ୍ଧନର ଆବଶ୍ୟକତା ପଡ଼ିବ ନାହିଁ ଓ ପରିବଶ ପ୍ରଦୂଷଣ କମ୍ ହୋଇପାରିବ ।

ସମ୍ମାନ

ଏହି ଉଦ୍ଭାବନ‌କୁ ବ୍ୟବାସାୟୀ ଓ ସୃଜନଶୀଳ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ Yi INNOVEX @ Make in Odisha Conclaveରେ ପ୍ରଦର୍ଶନ କରାଯାଇଥିଲା ।

ଆଧାର

You May Also Like