| Intro | Indian historian and epigraphist |
| Was |
Epigrapher Historian Writer |
| From | India |
| Type |
Literature Social science |
| Gender | male |
| Birth | 7 November 1952 |
| Death |
1 August 2017 (aged 64 years) |
ସଦାନନ୍ଦ ଅଗ୍ରୱାଲ ଜଣେ ଓଡ଼ିଆ ଐତିହାସିକ ଓ ଲିପିତତ୍ତ୍ୱ ବିଶାରଦ ଥିଲେ । ସେ ଓଡ଼ିଶାର ପ୍ରଥମ ଲିପିତତ୍ତ୍ୱବିଦ ଭାବରେ ପରିଗଣିତ ।
ଜୀବନୀ
ସଦାନନ୍ଦ, ୧୯୫୨ ମସିହା ନଭେମ୍ବର ୭ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଭାନିରାମ ଅଗ୍ରୱାଲ ଓ ମା’ଙ୍କ ନାମ ରାମବାଇ । ମାତାପିତାଙ୍କର ତିନି ଝିଅ ଥିଲେ ଓ ଏକମାତ୍ର ପୁଅ ଥିଲେ ସଦାନନ୍ଦ । ସଦାନନ୍ଦ ମେଣ୍ଡା ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ ।
ଆର୍ଥିକ ଅନାଟନ ଯୋଗୁ ମାଟ୍ରିକରୁ ଆଗକୁ ପଢିପାରିନଥିଲେ ମଧ୍ୟ ସାହିତ୍ୟ, ଇତିହାସ, କଳାସଂସ୍କୃତି ଉପରେ ସେ ନିଜେ ଗବେଷଣା କରୁଥିଲେ । ୧୯୮୦ମସିହାରେ “ସୋନପୁର ଇତିହାସ” ନାମରେ ଗବେଷଣାଧର୍ମୀ ପୁସ୍ତକ ଦୁଇଭାଗରେ ପ୍ରକାଶ ପାଇଥିଲା । ଏହି ପୁସ୍ତକ ତାଙ୍କୁ ପରିଚିତି ଆଣି ଦେଇଥିଲା ଓ ପରବର୍ତ୍ତୀ ସମୟରେ ସେ ବହୁ ପୁସ୍ତକ, ପ୍ରବନ୍ଧ, ନାଟକ ଆଦି ରଚନା କରିଥିଲେ । ଭାରତ ସରକାରଙ୍କଦ୍ୱାରା ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର “ଭୀମଭୋଇ” ନିର୍ମାଣରେ ସେ ଜଣେ ବିଶେଷ ବିଶେଷଜ୍ଞ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ମହିମା ଧର୍ମର ପ୍ରଚାର କ୍ଷେତ୍ରରେ ସେ କାର୍ଯ୍ୟ କରିଥିଲେ । “ଖଲିଆପାଲି”ରେ ଥିବା ଭୀମ ଭୋଇଙ୍କ ସମାଧି ପୀଠର ଉନ୍ନତି ପାଇଁ ସେ ନିଜ ଶେଷ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିଲେ । ବଲାଙ୍ଗୀରରେ ପ୍ରସ୍ତାବିତ ମେଡିକାଲ କଲେଜକୁ ସନ୍ତକବି ଭୀମ ଭୋଇ ମେଡିକାଲ କଲେଜ କରାଯିବାକୁ ସେ ଚେଷ୍ଟିତ ଥିଲେ ।
୨୦୧୭ ମସିହା ଅଗଷ୍ଟ ୧ତାରିଖ ଦିନ ବଲାଙ୍ଗୀର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।
ରଚନାବଳୀ
- ସୋନପୁର ଇତିହାସ( ପ୍ରଥମ ଓ ଦ୍ୱିତୀୟ ଭାଗ)
- ଖାରବେଳ (ଓଡ଼ିଆ, ହିନ୍ଦୀ, ଇଂରାଜୀ)
- ଓରିଶାନ ପଲାଓଗ୍ରାଫି
- ଟୁ କପର ପ୍ଲେଟ ଗ୍ରାଣ୍ଟ ଫ୍ରମ ୱେଷ୍ଟର୍ଣ୍ଣ ଓରିଶା
- ସୌରା ପେଣ୍ଟିସ ଅଫ୍ ଓରିଶା
- ରକତ୍(କୋଶଳି ନାଟକ)
- ସ୍ପର୍ଶର ପ୍ରଭାବ (ଅନୁବାଦ)
- ବୃହତ୍ କୋଶଳ ଇତିହାସ
ପୁରସ୍କାର ଓ ସମ୍ମାନ
- ଡିଲିଟ୍ ଉପାଧି(ରାଷ୍ଟ୍ରୀୟ ସଂସ୍କୃତ ବିଦ୍ୟାପୀଠ ତିରୁପତି)
- ଆଚାର୍ଯ୍ୟ ବିଦ୍ୟା ସାଗର ସମ୍ମାନ(ଭାରତ ବର୍ଷୀୟ ଦିଗମ୍ବର ଜୈନ ମହାସଭା)
- ଜ୍ଞାନୋଦୟ ସମ୍ମାନ(ଜୁନ୍ଦକୁନ୍ଦ ଜ୍ଞାନପୀଠ, ଇନ୍ଦୋର)
- ରାଜକିଶୋର ରାୟ ସମ୍ମାନ(କେଦାରନାଥ ଗବେଷଣା ପ୍ରତିଷ୍ଠାନ)
- ଏକାମ୍ର ସମ୍ମାନ
- ପୂର୍ଣ୍ଣଚନ୍ଦ୍ର ରଥ ସ୍ମାରକୀ ସମ୍ମାନ
- ପାଟଣା ଗୌରବ
- ଏପିଗ୍ରାଫିଷ୍ଟ ଆଓର୍ତ
- ଭକ୍ତି ତରଙ୍ଗ ସମ୍ମାନ
- ନାଦବ୍ରହ୍ମ ସମ୍ମାନ
- ମହିମାଶ୍ରୀ ସମ୍ମାନ
- ମହିମା ଗୌରବ ସମ୍ମାନ
- ମଠଖାଇ ସମ୍ମାନ
- ସ୍ଵୀକାର ସମ୍ମାନ