| Intro | Odia playwright |
| A.K.A. | Rati Ranjan Mishra |
| Was | Writer |
| From | India |
| Type | Literature |
| Gender | male |
| Birth | 1 October 1952, Anandapur |
| Death |
10 May 2005, Cuttack (aged 52 years) |
ରତି ରଞ୍ଜନ ମିଶ୍ର ଜଣେ ଓଡ଼ିଆ ନାଟ୍ୟକାର ଓ ଆକାଶବାଣୀ କଟକର ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ ଥିଲେ । ସେ ୧୯୫୨ ମସିହାରେ, କେନ୍ଦୁଝର ଜିଲ୍ଲାର ଭୋଳାନୂଆଁ ଗାଁରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପଦ୍ମନାଭ ମିଶ୍ର ଓ ମାତାଙ୍କ ନାମ ସୁଷମା ମିଶ୍ର ଥିଲା । ପିଲାଟି ଦିନରୁ ନାଟକ ପ୍ରତି ତାଙ୍କର ରୂଚି ରହିଥିଲା ଓ ସେ ୧୯୭୪ ମସିହାରେ ସେ ନାଟକ ରଚନା ଆରମ୍ଭ କରିଥିଲେ । ୧୯୭୭ ମସିହାରେ ସେ ଦୂରଦର୍ଶନ କେନ୍ଦ୍ର, କଟକରେ ଜଣେ ପ୍ରଯୋଜନା ସହକାରୀ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ୧୯୮୦ ମସିହାରେ, ସେ ଆକାଶବାଣୀ କଟକର ପ୍ରୋଗ୍ରାମ ଏକଜିକ୍ୟୁଟିଭ ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ରତି ରଞ୍ଜନ, ପ୍ରାୟ ପଚାଶରୁ ଅଧିକ ନାଟକ ରଚନା କରିଥିଲେ ।
ରତି ରଞ୍ଜନଙ୍କଦ୍ଵାରା ଲିଖିତ ନାଟକ ‘କଥା କହୁଥିଲେ ସରିବନି’, ‘ମା’ ଦୂରଦର୍ଶନରେ ଏବଂ ‘ଜୀବନ ଯମୁନା’ ଇ ଟିଭିରେ ପ୍ରସାରିତ ହୋଇଥିଲା ।
ସାହିତ୍ୟ କୃତି
- ଦେଖ ବର୍ଷା ଆସୁଛି
- ସୀତା
- ଅସ୍ତଗାମୀ
- ଅରୁଣ ରଙ୍ଗର ପକ୍ଷୀ
- ସତର୍କ ସଂଘମିତ୍ରା
- ଅତି ଆତଙ୍କିତ କଥା
- ଶୀତଳ ହୁଅନ୍ତା ସୂର୍ଯ୍ୟ
- ତତେ ମୁଁ ଝୁରେ ରାତିଦିନ
- ଛବିର ମଣିଷ
- ରୁଦ୍ଧଦ୍ଵାର
- ନୋ ଟବାକୋ(NO TOBACO)
- ସୀତା
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୮୨(ନାଟକ ‘ଦେଖ ବର୍ଷା ଆସୁଛି’ ପାଇଁ)
- ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର – ୧୯୮୩(‘ସୀତା’ ନାଟକ ପାଇଁ)