Ramachandra Behera’s biography, net worth, fact, career, awards and life story

Intro Odia writer
Is Writer 
From India 
Type Literature 
Gender male
Birth Kendujhar district

ଡ. ରାମଚନ୍ଦ୍ର ବେହେରା କେନ୍ଦୁଝର ଜିଲ୍ଲାର ଘଟଗାଁ ନିକଟସ୍ଥ ବାରହାଟିପୁରା ଗାଁରେ ଜନ୍ମିତ ଜଣେ ଓଡ଼ିଆ ଲେଖକ, ଔପନ୍ୟାସିକ ଓ ନାଟ୍ୟକାର । ଅନେକ ସାଧାରଣ ଘଟଣା ଓ ଚରିତ୍ରରେ ଲୁଚି ରହିଥିବା ଦାର୍ଶନିକ ଓ ପ୍ରତୀକାତ୍ମକ ବିଶ୍ଲେଷଣ, ସମବେଦନା ଓ ମନନଶୀଳତାକୁ ନିଜ ରଚନା ମାଧ୍ୟମରେ ସେ ପ୍ରକାଶ କରିଥାନ୍ତି ।

୧୯୬୯ ମସିହାରେ ସେ ଅଧ୍ୟାପକ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ତାଙ୍କ ପ୍ରଥମ ଗଳ୍ପ ବିଶେଷ ସୂର୍ଯ୍ୟର ବହ୍ନି ପ୍ରକାଶ ପାଇଥିଲା ୧୯୭୧ ନଭେମ୍ବର ମାସ ନବରବି ପତ୍ରିକାରେ । ପତ୍ରିକାର ସମ୍ପାଦକ କଣ୍ଡୁରୀ ଚରଣ ଦାସଙ୍କଠାରୁ ରାମଚନ୍ଦ୍ରଙ୍କୁ ମିଳିଥିଲା ଏକ ପ୍ରଂଶସାମୂଳକ ଚିଠି । ସେହି ଚିଠି ଥିଲା ରାମଚନ୍ଦ୍ରଙ୍କ ପାଇଁ ପ୍ରେରଣାର ସ୍ରୋତ । ତାପରେ ସେ ବରାବର ଲେଖିଚାଲିଲେ ଗଳ୍ପ । ୧୯୭୬ମସିହାରେ ଅଗ୍ରଦୂତ ପ୍ରକାଶନୀଦ୍ଵାରା ତାଙ୍କର ପ୍ରଥମ ଗଳ୍ପଗ୍ରନ୍ଥ ଦ୍ଵିତୀୟ ଶ୍ମଶାନ ପ୍ରକାଶିତ ହୋଇଥିଲା । ୩୧ ମଇ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ।

ରଚନାବଳୀ

ରାମଚନ୍ଦ୍ର ବେହେରା ୧୦ଟି କ୍ଷୁଦ୍ରଗଳ୍ପ ସଂକଳନ, ୮ଟି ଉପନ୍ୟାସ, ୧୬ଟି ରେଡିଓ ନାଟକ ଓ ୬ଟି ମଞ୍ଚନାଟକର ଲେଖକ ।

ଗପ

  • ଦ୍ଵିତୀୟ ଶ୍ମଶାନ, ୧୯୭୬
  • ଅଚିହ୍ନା ପୃଥିବୀ
  • ଅବଶିଷ୍ଟ ଆୟୁଷ
  • ଓଁ କାର ଧ୍ଵନି
  • ଗୋପପୁର

ନାଟକ

  • କୁହୁଡ଼ି ଓ ତୃଷ୍ଣା
  • ଘର
  • ଶେଷ ପ୍ରଶ୍ନ
  • ଯନ୍ତା

ମଞ୍ଚ ନାଟକ

  • ନୂଆ କଲୋନି
  • ଧୂସର ପୃଥିବୀ

    ସମ୍ମାନ ଓ ପୁରସ୍କାର

    • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (ଗୋପପୁର (ଗପ ସଙ୍କଳନ), ୨୦୦୫)
    • ଶାରଳା ପୁରସ୍କାର, ୧୯୯୧
    • ପଣ୍ଡିତ ଗୋଦାବରୀଶ ସମ୍ମାନ, ୨୦୧୦
    • ନାଟ୍ୟ ସମ୍ମାନ, ୨୦୧୦

      ଆଧାର

      You May Also Like