| Intro | Odia poet |
| Is | Writer |
| From | India |
| Type | Literature |
| Gender | male |
| Birth | 1942 |
| Age: | 78 years |
ପ୍ରମୋଦ କୁମାର ମହାନ୍ତି, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଜଣେ ଓଡ଼ିଆ କବି ।
ବାଲ୍ୟ ଜୀବନ ଓ ଶିକ୍ଷା
କବି ମହାନ୍ତି, ୧୯୪୨ମସିହାରେ ଜଗତସିଂହପୁର ଜିଲ୍ଲାର ବିରିଡିଠାରେ ଜନ୍ମଗ୍ରହଣ କରିଥିଲେ । ଅଲାଣ୍ଡୋ ଉ.ପ୍ରା. ବିଦ୍ୟାଳୟ ଓ ଅଳକା ହାଇସ୍କୁଲରେ ସେ ପାଠ ପଢିଥିଲେ । ଶୈଶବରୁ ସାହିତ୍ୟ ପ୍ରତି ସେ ଆକର୍ଷିତ ଥିଲେ । ହାଇସ୍କୁଲରେ ପଢିଲା ବେଳେ, ସବୁଜପଲ୍ଲୀ ନାମରେ ଏକ ହାତଲେଖା ପତ୍ରିକା ବାହାର କରୁଥିଲେ । ପରବର୍ତ୍ତୀ ସମୟରେ ଏହି ପତ୍ରିକାର ନାମ ବଦଳି ମୈତ୍ରୀ ହୋଇଥିଲା । ସବୁଜପଲ୍ଲୀ ଓ ମୈତ୍ରୀ ପତ୍ରିକାରୁ ହିଁ କବିଙ୍କର ଲେଖାଲେଖି ଆରମ୍ଭ ହୋଇଥିଲା ।
ସାହିତ୍ୟିକ ଜୀବନ
କବି ମହାନ୍ତି, ଜଣେ ସହକାରୀ ଶିକ୍ଷକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ଭଦ୍ରକ ମହାବିଦ୍ୟାଳୟରେ, ମନୋବିଜ୍ଞାନର ଗବେଷକ ଭାବରେ ଯୋଗଦାନ କରିଥିଲେ । ସେଠାର ଅନୁକୁଳ ପରିବେଶ, ମହାନ୍ତିଙ୍କୁ କବିତା ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା । ପ୍ରଜାତନ୍ତ୍ର, କଳିଙ୍ଗ ପ୍ରଭୃତି ପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହେବକୁ ଲାଗିଲା । ବିଭିନ୍ନ ପତ୍ରପତ୍ରିକା ଓ ସ୍ମରଣିକାରେ ପ୍ରକାଶିତ କବିତାକୁ ଏକାଠିକରି, କ୍ରମଶଃ ନାମକ କବିତା ସଂକଳନ ପ୍ରକାଶିତ ହେଲା ।
ସାହିତ୍ୟ କୃତ୍ତି
- କ୍ରମଶଃ
- ଦେବୀପାଦ
- ଅକାତକାତ
- ଅସରନ୍ତି ଅଣସର
- ଅଲଗା କୁହା
ସମ୍ମାନ ଓ ପୁରସ୍କାର
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅସରନ୍ତି ଅଣସର ପାଇଁ) – ୨୦୦୮
- ଧରିତ୍ରୀ ପୁରସ୍କାର
- ବିଷୁବ ସମ୍ମାନ – ୨୦୧୨