| Intro | Odia writer |
| Is | Writer |
| From | India |
| Type | Literature |
| Gender | male |
| Birth | 1960, Jajpur district |
| Age: | 60 years |
ପ୍ରଦୀପ ବିଶ୍ଵାଳ(ଜନ୍ମ : ୧୯୬୦), ଜଣେ ଓଡ଼ିଆ ସାହିତ୍ୟିକ ଓ ଓଡ଼ିଶା ଅର୍ଥନୀତି ସେବାର ଜଣେ ଅଧିକାରୀ । ସେ କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଏବଂ ଅନୁବାଦ ଆଦି ରଚନା କରିଥାନ୍ତି ।
ଜୀବନୀ
ପ୍ରଦୀପ ବିଶ୍ଵାଳ, ୧୯୬୦ ମସିହାରେ ଅଭିଭକ୍ତ କଟକ(ଏବେ ଯାଜପୁର) ଜିଲ୍ଲାର ରାଛିପୁର ଗାଁରେ ଜନ୍ମଗ୍ରହଣ କରିଥିଲେ । ପ୍ରାୟ ଦଶ ବର୍ଷ ବୟସରୁ ସେ ଲେଖାଲେଖି ଆରମ୍ଭ କରିଥିଲେ । ପରିବାରରେ ସାହିତ୍ୟିକ ପରିବେଶ ଓ ସ୍କୁଲ ଶିକ୍ଷକମାନଙ୍କର ପ୍ରୋତ୍ସାହନ ତାଙ୍କୁ ଏଦିଗରେ ପ୍ରେରଣା ଯୋଗାଇଥିଲା । ପ୍ରଦୀପ ଇତିହାସରେ ଏମଫିଲ ପରେ ଏମବିଏ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ଅର୍ଥନୀତି ସେବା ଅଧିକାରୀ ।
ରଚନାବଳି
- ଧୂସର ଧ୍ରୁପଦୀ – ୧୯୯୧
- ଭୂମୀସ୍ପର୍ଶ – ୧୯୯୪
- ଶେଷ ଲୋକ – ୨୦୦୨
- ପ୍ରେମ କବିତା – ୨୦୦୭
- ଫେରିବା ବାଟରେ
- ଜଳ ଦର୍ପଣ – ୨୦୦୨
ସମ୍ମାନ ଓ ପୁରସ୍କାର
- ଗୋକର୍ଣ୍ଣିକା ପୁରସ୍କାର
- ଚଲାପଥ ପୁରସ୍କାର
- ନନ୍ଦିଘୋଷ ପୁରସ୍କାର
- ଫକିରମୋହନ ସାହିତ୍ୟ ସଂସଦ ସମ୍ମାନ
- ଯାଜପୁର ଜିଲ୍ଲା ଲେଖକ ପରିଷଦ ସମ୍ମାନ