| Intro | ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ |
| Was |
Writer Lecturer Satirist |
| From | India |
| Type |
Academia Literature |
| Gender | male |
| Birth | 21 March 1928, Jajpur district, Odisha, India |
| Death |
25 February 2017, Cuttack, Cuttack, Odisha, India (aged 88 years) |
ମାଧବ ଚନ୍ଦ୍ର ଶତପଥୀ(୨୧ ମାର୍ଚ୍ଚ ୧୯୨୮- ୨୫ ଫେବୃଆରୀ ୨୦୧୭) ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଥିଲେ । ୪୧ଖଣ୍ଡ ପୁସ୍ତକ ରଚନା କରି, ସେ ଓଡ଼ିଆ ବ୍ୟଙ୍ଗସାହିତ୍ୟକୁ ସମୃଦ୍ଧ କରିଛନ୍ତି । ତାଙ୍କ ରଚିତ ଅନେକ ପୁସ୍ତକ ଏବେ ଓଡ଼ିଶାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ପାଠ୍ୟପୁସ୍ତକ ଭାବରେ ଆଦୃତ ହୋଇଛି ।
ଜୀବନୀ
ମାଧବ ଚନ୍ଦ୍ର ୧୯୨୮ ମସିହାରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଳକର କାଦୁଅ ମାଗୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଦୀନବନ୍ଧୁ ଶତପଥୀ ଓ ମାତା ସାରମଣି ଦେବୀ । ବୃତ୍ତିରେ ଥିଲେ ସେ ଜଣେ ଅଧ୍ୟାପକ । ସମ୍ବଲପୁର ସରକାରୀ ମହାବିଦ୍ୟାଳୟରୁ ଚାକିରି ଆରମ୍ଭ କରି, ସେ ବିଭିନ୍ନ କଲେଜରେ ଅଧ୍ୟାପନା କରି ବଲାଙ୍ଗିର ଟ୍ରେନିଙ୍ଗ କଲେଜରୁ ଅବସର ଗ୍ରହଣ କରିଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ସେ ପରିଚିତ ଥିଲେ । ପତ୍ନୀ ପ୍ରେମଲତା, ପୁତ୍ର ତପନ କୁମାର ଓ ତିନି ଝିଅଙ୍କୁ ନେଇ ତାଙ୍କ ପରିବାର । ୨୦୧୭ ମସିହା ଫେବୃଆରୀ ୨୫ ତାରିଖରେ ମାଧବ ଚନ୍ଦ୍ର ଇହଲିଳା ସମ୍ବରଣ କରିଥିଲେ ।
ରଚନାବଳି
- ନିଶ ଓ ପରିବାର ନିୟନ୍ତ୍ରଣ
- ନାମରୁ ରାଶିନକ୍ଷତ୍ର
- ପ୍ରହାରେଣ ଧନଞ୍ଜୟ
- କଙ୍କିଡୋଳି ଉପାଖ୍ୟାନ
- ପିତୃ ପରାମର୍ଶ କେନ୍ଦ୍ର
- ଆଦି ହାସ୍ୟବ୍ୟଙ୍ଗ ପୁସ୍ତକ
- କବିତା ମିଠାମିଠା
- ଆଧୁନିକ କବିତା
- ଅନୁବାଦ ଚିନ୍ତା ହଠାନ୍ତୁ
- ଜୀବନର ସ୍ଵାଦ ପାଆନ୍ତୁ
- କପି ତୁ କାହିଁ ଅଇଲୁ
- ମାଧବ ଶତପଥୀଙ୍କ ଅନାବନା କବିତା
ପୁରସ୍କାର ଓ ସମ୍ମାନ
- କାନ୍ତକବି ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା
- ଉତ୍କଳ ସାହିତ୍ୟ ସମାଜର ହାସ୍ୟବ୍ୟଙ୍ଗ ସମ୍ମାନ
- ପ୍ରଜାତନ୍ତ୍ର ବିଷୁବ ପୁରସ୍କାର