Kshirod Chandra Pothal’s biography, net worth, fact, career, awards and life story

Intro Odia language writer
A.K.A. Khirod Chandra Pothal
Was Writer 
From India 
Type Literature 
Gender male
Birth 30 June 1939, Cuttack District
Death 15 January 2012
(aged 72 years)

କ୍ଷୀରୋଦ ଚନ୍ଦ୍ର ପୋଥାଳ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଗୋପପୁର ଗ୍ରାମରେ ୧୯୩୯ ମସିହା ଜୁନ ୩୦ ତାରିଖ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏକ ସ୍ଵର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ୤ ଜନ୍ମ ହେବାର ଦୁଇମାସ ପରେ ମା ଜହ୍ନ ଦେଇ ଓ ଚାରିବର୍ଷ ପରେ ବାପା ଯଦୁମଣୀଙ୍କୁ ହରାଇଥିଲେ ୤ କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, ପ୍ରଜାତନ୍ତ୍ରର ମୀନାବଜାର, ସମାଜର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା୤ ତାଙ୍କ ରଚିତ କବିତା ଟୁଆଁଟୁଇଁ, ମୀନାବଜାର, ସଂସାର ଓ ମନପବନ ପ୍ରଭୃତି ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ୤

ଆକାଶବାଣୀର ଜଣେ ସ୍ଵିକୃତିପ୍ରାପ୍ତ ଗୀତିକାର, ଭଜନ ସମ୍ରାଟ ଭିକାରି ବଳ ଗାଇଥିବା ଭଜନ ‘କୋଠଭୋଗ ଖିଆ ମୋ ଚକା ଆଖିଆ ଉଠହେ ପହୁଡ଼ ଭାଙ୍ଗି’ ସେ ରଚନା କରିଥିଲେ ୤

୧୫ ଜାନୁଆରୀ ୨୦୧୨, ରବିବାର, ପବିତ୍ର ମକର ସଂକ୍ରାନ୍ତି ତିଥିରେ କଟକ ବଡ଼ଡାକ୍ତରଖାନାରେ ସେ ଦେହତ୍ୟାଗ କରିଥିଲେ ୤

ସାହିତ୍ୟ ସର୍ଜନା

  • ଗାଁ ମାଟି ମୋର ହସେରେ
  • ଅକଲ ମକଲ ଟକଲ ଟିଆଁ
  • ହସପସରା
  • ହସ ରାଇଜରେ ମୁନା
  • ଶିଶୁ ସାଥୀ
  • ସାବାସ ନାନୀ
  • ଗପ ଗୋଲାପ
  • ମୋ କଥା ମୋ କବିତା
  • ମନ ହୁଏ ମୋର ହେବାକୁ ମୀନା

ପୁରସ୍କାର ଓ ସମ୍ମାନ

  • ୨୦୦୭: ସାହିତ୍ୟଶ୍ରୀ (ବୈକୁଣ୍ଠନାଥ ସ୍ମୃତି ସଂସଦ)
  • ୨୦୦୬: ଭକ୍ତ ସାଲବେଗ ସମ୍ମାନ (ଭକ୍ତସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୨୦୦୨: ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ୨୦୦୧: ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର (ଉତ୍କଳ ସାହିତ୍ୟ ସମାଜ)
  • ୧୯୯୯: ହରେକୃଷ୍ଣ ସ୍ମୃତି ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ)
  • ୧୯୯୧: ରାଜ୍ୟ ଶିଶୁ ସାହିତ୍ୟ ସମିତି (ବହି: ସାବସ ନନୀ)
  • ୧୯୮୮: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ଧର୍ମଶାଳା)
  • ୧୯୮୬: ଓଡ଼ିଶା ସାହିତ୍ୟ ଏକାଡେମୀ (ବହି: ମନ ହୁଏ ମୋର ହେବାକୁ ମୀନା)
  • ୧୯୭୮: ମୀନାବଜାର ପୁରସ୍କାର
  • ୧୯୭୩: ରାଜ୍ୟ ଶିକ୍ଷା ସମ୍ମାନ (ରାଜ୍ୟ ଗଣଶିକ୍ଷା ବିଭାଗ (ବହି: ଗାଁ ମାଟି ମୋର ହସେରେ))

ଆଧାର

You May Also Like