Krushnaprasad Basu’s biography, net worth, fact, career, awards and life story

Intro Odia language writer
A.K.A. Krushna Prasad Basu
Was Writer 
Translator 
Poet 
From India 
Type Literature 
Gender male
Birth 1894
Death 1968
(aged 74 years)

ଜୀବନୀ

ତାଙ୍କର ଜନ୍ମସ୍ଥାନ କୁଆଁସରପୁର, ଯାଜପୁର । ସେ କବିମଞ୍ଜୁଳ ଉପାଧିରେ ଭୂଷିତ ହୋଇଥିଲେ ।

ଅବଦାନ

ଯାତ୍ରା ନାଟକ, ଗୀତ, ପାଲା, ଉପଯୋଗୀ ଖଣ୍ଡକାବ୍ୟ,ଉପନ୍ୟାସ, ଗଳ୍ପ ଓ ଅନ୍ୟାନ୍ୟ ଗଦ୍ୟ ରଚନାରେ କବିମଞ୍ଜୁଳଙ୍କ ପାରଦର୍ଶିତା ରହିଥିଲା । ସେ ଥିଲେ ସଂଗୀତ ଶିଳ୍ପୀ, ନାଟ୍ୟ ଅଭିନେତା ତଥା ନିର୍ଦ୍ଦେଶକ ଏବଂ ନାଟ୍ୟ ସଂଗଠକ ମଧ୍ୟ । ଯାଜପୁରରେ ‘ବିରଜା ଅପେରା’, ଭଦ୍ରକରେ ‘ ଶ୍ୟମସୁନ୍ଦର ଥିଏଟର’, ବ୍ରହ୍ମପୁରରେ ‘ ନାଟ୍ୟମନ୍ଦିର’ ଓ ବସ୍ତାରେ ‘ ବାସନ୍ତୀ ଥିଏଟର’ର ପ୍ରତିଷ୍ଠାତା ଅଟନ୍ତି। ‘ସଂଗୀତ ଫୁଲହାର’, ‘ପ୍ରସାଦ ଗୀତାବଳୀ’, ‘ଅଳକାନନ୍ଦା’, ‘ପ୍ରସାଦ ପଦ୍ୟାବଳୀ’ ଓ ‘ପରିକଳ୍ପନା’ ଆଦି ଗୀତିଗ୍ରନୁର ରଚୟିତା । ସେ ପାଲା ଉପଯୋଗୀ ୩୭ଟି

ପୁସ୍ତକ ଲେଖିଛନ୍ତି । ନାଟକ ପାଇଁ ଗୀତ ରଚନା ସହିତ ଗ୍ରାମୋଫୋନ କମ୍ପାନି ପାଇଁ ମଧ୍ୟ ଗୀତରଚନା କରିଛନ୍ତି । ଗୀତିକବିତା ସଂଖ୍ୟା ପନ୍ଦରଶହରୁ ଉର୍ଦ୍ଧ । କବିମଞ୍ଜୁଳ ଏଚଏମଭି କମ୍ପାନିର ଓଡ଼ିଆ ବିଭାଗର ତାଲିମଦାତା ଥିଲେ । ଗୀତିକବିତା ରଚନା କ୍ଷେତ୍ରରେ କୃଷ୍ଣପ୍ରସାଦ ଅନେକ ପରୀକ୍ଷା ନିରୀକ୍ଷା କରିଛନ୍ତି । ‘କଲି’ ଶୈଳୀରେ ଓଡ଼ିଆ ଗୀତ ରଚନା କରିବାରେ ସେ ପ୍ରଥମ । ନିମାଇଁ ହରିଚନ୍ଦନଙ୍କ ଗୀତକୁ ରେକର୍ଡରେ ‘ଓଡ଼ିଶୀ’ ଲେଖି ପ୍ରଥମେ ‘ଓଡ଼ିଶୀ’ ନାମର ପ୍ରବର୍ତ୍ତନ କରିଥିଲେ । ସେ କେବଳ ‘ଶ୍ରୀ ଜଗନ୍ନାଥ'(୧୯୫୦) ପାଇଁ ଚଳଚ୍ଚିତ୍ର ଗୀତ ରଚନା କରିଥିଲେ ।

ଅଧିକ ତଥ୍ୟ

  • http://www.imdb.com/name/nm3442310/?ref_=nmbio_emt_1
  • ତାଙ୍କର ଅନେକ ସଂଗ୍ରହ http://odiabookbazar.com/index.php?route=product/product&product_id=5831

ଆଧାର

You May Also Like