Kartik Chandra Rath’s biography, net worth, fact, career, awards and life story

Intro Odia playwright
Is Writer 
Playwright 
From India 
Type Film, TV, Stage & Radio 
Literature 
Gender male
Birth 21 March 1949, Berhampur
Age: 71 years

କାର୍ତ୍ତିକଚନ୍ଦ୍ର ରଥ (୨୧ ମାର୍ଚ୍ଚ ୧୯୪୯) ଜଣେ ଓଡ଼ିଆ ନାଟ୍ୟକାର । ସେ ୧୦୦ରୁ ଉର୍ଦ୍ଧ ନାଟକ ରଚନା କରିସାରିଛନ୍ତି ଓ ୧୯୯୩ ମସିହାରୁ କଟକରେ ବିଶ୍ଵ ନାଟ୍ୟ ମେଳା (ଇଣ୍ଡିଆ ଥିଏଟର ଅଲମ୍ପିଆଡ଼)ର ଆୟୋଜନ କରିଆସୁଛନ୍ତି ।

ଜୀବନୀ

କାର୍ତ୍ତିକଚନ୍ଦ୍ର, ୧୯୪୯ ମସିହା ମାର୍ଚ୍ଚ ୨୧ ତାରିଖରେ ବ୍ରହ୍ମପୁରଠାରେ ଜନ୍ମଗ୍ରହଣ କରିଥିଲେ । ରେଭେନ୍‌ସା କଲିଜିଏଟ ସ୍କୁଲରେ ପଢୁଥିବା ବେଳେ, ସେ ନିଜର ପ୍ରଥମ ନାଟକ “ଏଇ ଦେଶ ଏଇ ମାଟି” ଲେଖିଥିଲେ । ନାଟକଟି ସ୍କୁଲ ଛାତ୍ରଛାତ୍ରୀଙ୍କଦ୍ଵାରା ମଞ୍ଚସ୍ଥ ହୋଇଥିଲା ଓ ରାଜ୍ୟସ୍ତରୀୟ ଶିଶୁ ନାଟକ ସମାରୋହରେ ପ୍ରଥମ ପୁରସ୍କାର ଲାଭ କରିଥିଲା । ସେହିପରେ ରେଭେନ୍ସା ମହାବିଦ୍ୟାଳୟରେ ସ୍ନାତକୋତ୍ତର ପଢୁଥିବା ବେଳେ, ସେ ଲେଖିଥିଲେ ନାଟକ “ଜୀବନ ଯଜ୍ଞ” । ନାଟକଟି ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଥିଲା । ୧୯୮୯ରେ କଟକ ସହରର ହଜାର ବର୍ଷ ପୂର୍ତ୍ତୀ ଅବସରରେ ସେ ଲେଖିଥିଲେ ନାଟକ “କଟକ ନଗର ବରଷ ହଜାର” । ନାଟକରେ ୩୦୦ ଚରିତ୍ର ଥିଲେ ଓ ବାରବାଟି ଷ୍ଟାଡିଅମରେ ୫ଟି ମୁକ୍ତାକାଶ ରଙ୍ଗମଞ୍ଚରେ ନାଟକ ପ୍ରଦର୍ଶିତ ହୋଇଥିଲା । ସେତିକିବେଳେ ବିଶ୍ଵ ନାଟ୍ୟ ମେଳାର ପରିକଳ୍ପନା ତାଙ୍କ ମନକୁ ଆସିଥିଲା ।

ରଚନାବଳୀ

ନାଟକ

  • ଏଇ ଦେଶ ଏଇ ମାଟି
  • ଅସ୍ତସୂର୍ଯ୍ୟ ଶ୍ମଶାନ
  • ଆଗାମୀ ଅତୀତ
  • ଇଶ୍ୱର ଜଣେ ଯୁବକ
  • କଟକ ନଗର, ବରଷ ହଜାର
  • କଳା ଓ କଳଙ୍କ
  • କ୍ରୀତଦାସ
  • ବହ୍ନିମାନ
  • ଯାତ୍ରୀ
  • ସବୁଜ ସୂର୍ଯ୍ୟ
  • ରକ୍ତର ଫୁଲ
  • ମାଂସର ଫୁଲ
  • ଯଉଘର
  • ନିଃସଙ୍ଗ ବିସର୍ଗ
  • ପାଦ ତଳର ଆକାଶ
  • ସର୍ବନାମ
  • ସୀମିତ ସମ୍ପର୍କ
  • ଜଙ୍ଗଲୀ ସହର
  • ସହିଦ ଭଗତ ସିଂହ
  • ଜୀବନ ଯଜ୍ଞ
  • ସ୍ମୃତି, ସାନ୍ତ୍ଵନା ଓ ଶୂନ୍ୟତା
  • ଚଇତି ଘୋଡ଼ା
  • ତୃତୀୟ ପୃଥିବୀ

ସମ୍ମାନ ଓ ପୁରସ୍କାର

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫
  • ଉତ୍କଳ ସାହିତ୍ୟ ସମାଜ
  • ଗଞ୍ଜାମ କଳା ପରିଷଦ
  • ବିହାର ଆର୍ଟ ଥିଏଟର
  • ଆହ୍ଲାବାଦ ନାଟ୍ୟ ସଂଘ
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର – ୧୯୯୪-୯୫

    ଆଧାର

    You May Also Like