Jyotsna Routray’s biography, net worth, fact, career, awards and life story

Intro journalist and writer from Odisha, India
Was Writer 
Journalist 
Short story writer 
From India 
Type Journalism 
Literature 
Gender female
Birth 11 May 1958
Death 6 August 2013
(aged 55 years)
Family
Spouse: Jimuta Mangaraj

ଜ୍ୟୋତ୍ସ୍ନା ରାଉତରାୟ, ଓଡ଼ିଶାର ଜଣେ ବରିଷ୍ଠ ମହିଳା ଓଡ଼ିଆ ସାମ୍ବାଦିକ, ସମ୍ପାଦକ ଏବଂ ସାହିତ୍ୟିକା ଥିଲେ । ସେ ୧୯୫୮ ମସିହା ମଇ ମାସ ୧୧ ତାରିଖରେ ବାଲେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ତାଙ୍କର ପ୍ରଥମ ଉପନ୍ୟାସ ‘ଗାଈର ଆତ୍ମକାହାଣୀ’ ପ୍ରକାଶ ପାଇଥିଲା । ୧୯୮୪ ମସିହାରେ ସମ୍ବାଦ ଖବରକାଗଜରେ ଯୋଗଦାନ କରି, ସେ ନିଜର ସାମ୍ବାଦିକ ବୃତ୍ତି ଆରମ୍ଭ କରିଥିଲେ । ସେହି ସମୟରେ ଓଡ଼ିଶାରେ ମହିଳା ସାମ୍ବାଦିକମାନଙ୍କ ସଂଖ୍ୟା ଖୁବ ନଗଣ୍ୟ ଥିଲା ।
୨୨ ବର୍ଷ ସେ ସମ୍ବାଦର ସମ୍ପାଦନା ବିଭାଗରେ କାର୍ଯ୍ୟ କରିଥିଲେ । ୨୦୦୬ ମସିହାରୁ ସେ ମୁକ୍ତବୃତ୍ତି ସାମ୍ବାଦିକ ଭାବରେ କାର୍ଯ୍ୟ କରିଆସୁଥିଲେ । ସାମ୍ବାଦିକତା ବ୍ୟତିତ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅନେକ ଅବଦାନ ରହିଛି ଓ ସେ ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି । ୨୦୧୩ ମସିହା ଅଗଷ୍ଟ ମାସ ୬ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ଓଡ଼ିଆ ସାହିତ୍ୟକୁ ଅବଦାନ

  • ପୋତାଶ୍ରୟ
  • ଅନ୍ୟ ନଦୀ ଅନ୍ୟ ଦିଗନ୍ତ
  • ଭିନ୍ନ ଭୂଗୋଳ
  • ଦ୍ରୌପଦୀ
  • କିଛି ନିର୍ଦୋଷ ଘଟଣା
  • ବୈତରଣୀ କୂଳର ଝିଅ
  • ପରାଜିତ ସାମ୍ରାଜ୍ଞୀ

ଆଧାର

You May Also Like