| Intro | Odia language writer |
| Is |
Writer Playwright Novelist |
| From | India |
| Type |
Film, TV, Stage & Radio Literature |
| Gender | male |
| Birth | 1 May 1955, Bhadrak district |
| Age: | 65 years |
ହୃଷୀକେଶ ପଣ୍ଡା, ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ଓଡ଼ିଆ ଭାଷାର ସାହିତ୍ୟିକ । ସେ, ୧୯୭୯ ମସିହାର ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସଚିବ ପଥରେ ଥାଇ, ୨୦୧୫ ଅପ୍ରେଲ ମାସରେ ସେ ଭାରତୀୟ ପ୍ରଶାସନିକ ସେବା ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଅବସର ଗ୍ରହଣ କରିବା ପରେ, ନିଜ ଗ୍ରାମ ଭଦ୍ରକ ଜିଲ୍ଲାର କାଳିଦାସପୁରରେ ରହି ସାହିତ୍ୟ ସର୍ଜନା କରିବାକୁ ନିଷ୍ପତି ନେଇଛନ୍ତି ।
ସାହିତ୍ୟ କୃତି
ଉପନ୍ୟାସ
- ଗର୍ବ କରିବାର କଥା (୨୦୧୦) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ଶୂନ ସଙ୍ଗେ ସାମୟିକ ସନ୍ଧି (୧୯୮୪) – ଗ୍ରନ୍ଥମନ୍ଦିର, କଟକ
- ହରିଣ ପିଠିରେ ଅଜଣା ସୂର୍ଯ୍ୟାସ୍ତକୁ (୧୯୮୬) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ସୁନାପୁଟର ଲୋକେ (୧୯୯୧) – ଗ୍ରନ୍ଥମନ୍ଦିର, କଟକ
- ସୁବର୍ଣ୍ଣ ଦ୍ଵୀପ (୧୯୯୪) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ସୃତି ୧୯୯୪(୧୯୯୫) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ହସ ଓ ଇତିହାସ (୧୯୯୯) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ଦସ୍ୟୁ (୨୦୦୨) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
ଗଳ୍ପ ସଙ୍କଳନ
- ବାହାରେ ଛିଡାହୋଇଥିବା ଲୋକ (୧୯୮୨) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ରେବତୀ (୧୯୮୩) – ଓଡ଼ିଶା ବୁକ୍ ଷ୍ଟୋର, କଟକ
- ରାଜପୁତ୍ ର(୧୯୮୭) – ବିଦ୍ୟାପୁରୀ, କଟକ
- ସାହାବ ଦେବତା (୧୯୮୯) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ପ୍ରୌଢ଼ ଭାବନା (୧୯୯୨) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ଶୂନ୍ୟତାର ପାଶ୍ଚାତ୍ୟକୁ (୧୯୯୪) – ଗ୍ରନ୍ଥମନ୍ଦିର, କଟକ
- ବୟସ୍କଙ୍କ ପାଇଁ ଶିଶୁକାହାଣୀ (୧୯୯୪) – ବିଦ୍ୟାପୁରୀ, କଟକ
- ମିଛ ଖୁସି ସତ ଦୁଃଖ (୨୦୦୫) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
- ସମଗ୍ର ଗଳ୍ପ ସଂଗ୍ରହ (୨୦୦୮) – ଫ୍ରେଣ୍ଡସ୍ ପବ୍ଲିସରସ, କଟକ
ନାଟକ
- ଶବ୍ଦାନ୍ତର (୧୯୯୫) – ଆର୍ଯ୍ୟ ପ୍ରକାଶନୀ, କଟକ
- ୧୭୯୯ ଅଥବା ପାଞ୍ଚ ଜଣ ଇଂରେଜ (୧୯୯୬) – ଆର୍ଯ୍ୟ ପ୍ରକାଶନୀ, କଟକ
- ବ୍ରହ୍ମରାକ୍ଷସ (୧୯୯୯) – ଆର୍ଯ୍ୟ ପ୍ରକାଶନୀ, କଟକ
- ଭାସ୍କୋ ଡା ଗାମା (୨୦୦୦) – ବିଦ୍ୟା ପ୍ରକାଶନୀ, କଟକ
- ଚାରୋଟି ନାଟକ (୨୦୦୮) – ଏଥେନା ବୁକ୍ସ, ଭୁବନେଶ୍ଵର
ହୃଷୀକେଶ ପଣ୍ଡାଙ୍କ ସାହିତ୍ୟର ପର୍ଯ୍ୟାଲୋଚନା
- ଓଡ଼ିଆ କଥା ସାହିତ୍ୟରେ ହୃଷୀକେଶ ପଣ୍ଡା – ଡ଼ଃ ଜୟନ୍ତ କୁମାର ଦାସ
- ହୃଷୀକେଶୀୟ କଥାଶିଳ୍ପ(୨୦୦୬) – ପ୍ରୋ. ନିତ୍ୟାନନ୍ଦ ଶତପଥି
ପୁରସ୍କାର
- ଶାରଳା ପୁରସ୍କାର – ୨୦୧୨( ଗର୍ବ କରିବାର କଥା)
- ବିଜୟା ସମ୍ମାନ, ଭଦ୍ରକ ପୂଜ୍ୟପୂଜା ସଂସଦ – ୨୦୦୯
- ଶତାବ୍ଦୀର କଳାକାର ସମ୍ମାନ -୨୦୦୭
- ଗୋକର୍ଣ୍ଣିକା ସମ୍ମାନ – ୨୦୦୭
- କବିସୂର୍ଯ୍ୟ ବଳଦେବ ରଥ ସଂସ୍କୃତି ସମ୍ମାନ – ୨୦୦୬
- ସୁଲେଖା ସମ୍ମାନ – ୨୦୦୫
- ରାଜଧାନୀ ପୁସ୍ତକ ମେଳା ପୁରସ୍କାର – ୨୦୦୪(ଦସ୍ୟୁ)
- ପଦ୍ମଶ୍ରୀ ଏଲ.ଏନ. ଦୁବେ ସମ୍ମାନ, ପାନିପଥ – ୨୦୦୧
- ଫକୀର ମୋହନ କ୍ଷୁଦ୍ର ଗଳ୍ପ ପୁରସ୍କାର, ଉତ୍କଳ ସାହିତ୍ୟ ସମାଜ – ୨୦୦୧
- ନାଟ୍ୟଭୂଷଣ, ସର୍ବଭାରତୀୟ ନାଟକ ମହୋତ୍ସବ, କଟକ – ୧୯୯୯
- ଶ୍ରେଷ୍ଠ ନାଟକ ସମ୍ମାନ, ଜାତୀୟ କ୍ଷୁଦ୍ର ନାଟକ ମହୋତ୍ସବ, ଆଲାହାବାଦ – ୧୯୯୯
- ଶ୍ରେଷ୍ଠ ନାଟକ ସମ୍ମାନ,ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ପୁରସ୍କାର – ୧୯୯୬ ଓ ୧୯୯୭
- ଚନ୍ଦ୍ରଭାଗା ପୁରସ୍କାର – ୧୯୯୫
- ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ – ୧୯୯୫
- ଝଙ୍କାର ଗଳ୍ପ ପୁରସ୍କାର – ୧୯୯୫
- ଭୁବନେଶ୍ଵର ପୁସ୍ତକ ମେଳା ପୁରସ୍କାର – ୧୯୯୨