Gopalakrushna Pattanayaka’s biography, net worth, fact, career, awards and life story

Intro Indischer Schriftsteller
A.K.A. Gopal Krushna Patnaik, Kabikalahansa
Was Writer 
From India 
Type Literature 
Gender male
Birth 1784, Paralakhemundi
Death 1862
(aged 78 years)

କବିକଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ (୧୭୮୪ – ୧୮୬୨) ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ । ସେ ରାଧା କୃଷ୍ଣଙ୍କ ପ୍ରେମଲୀଳା ଉପରେ ଆଧାରିତ ଶୃଙ୍ଗାରରସ ଭିତ୍ତିକ ଅନେକ କବିତା, କିଛି ଛାନ୍ଦ, ଚଉପଦୀ, ଭକ୍ତି ସଙ୍ଗିତ, ଭଜନ ଓ ଜଣାଣ, କୋଇଲି, ଚଉତିଶା ଆଦି ସନ୍ଦେଶ ଗୀତିକା ସମେତ ବାତ୍ସଲ୍ୟ ରସ ମିଶ୍ରିତ କେତେକ କବିତା ରଚନା କରିଥିଲେ । ‘ଉଠିଲୁ ଏଡ଼େ ବେଗି କାହିଁକି ରେ’, ‘ଅନୁସରିତ ପ୍ରଭୋ କାଳଯାକ ଗଲା ସରିତ’, ‘ଗଜରାଜ ଗମନୀ ଆଜ କି ରେ’, ‘ସଙ୍ଗିନୀରେ ରାସ ରଙ୍ଗିନୀରେ’ ଇତ୍ୟାଦି ତାଙ୍କ ରଚିତ ଲୋକପ୍ରିୟ ରଚନା ମଧ୍ୟରୁ ଅନ୍ୟତମ । ତାଙ୍କ କବିତାଗୁଡ଼ିକ ସଂଗୃହିତ ହୋଇ ରଚନାବଳୀ ବା ଗ୍ରନ୍ଥାବଳୀ ଭାବେ ଅନେକବାର ପ୍ରକାଶିତ ହୋଇଛି ।

ଜୀବନୀ

ଗୋପାଳକୃଷ୍ଣ ପଟ୍ଟନାୟକ ୧୭୮୪ ମସିହାରେ ଦକ୍ଷିଣ ଓଡ଼ିଶାର ପାରଳାଖେମୁଣ୍ଡି ସହରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତଙ୍କ ନାମ ବନବାସୀ ପଟ୍ଟନାୟକ ଓ ମାତାଙ୍କ ନାମ ଲଳିତା ଦେଈ । ସେ ପ୍ରାୟ କୋଡ଼ିଏ ବର୍ଷ ବୟସରେ ହୀରା ଦେଈଙ୍କ ସହିତ ବିବାହ କରିଥିଲେ । ଗୋପାଳକୃଷ୍ଣ ପ୍ରଥମେ ପାରଳା ମହାରାଜାଙ୍କ ପାଖରେ ପାଞ୍ଜିଆ ହିସାବରେ କାମ କରୁଥିଲେ । ପରେ ତାଙ୍କର କବି ପ୍ରତିଭାର ପରିଚୟ ପାଇ ମହାରାଜା ତାଙ୍କୁ ନିଜ ଦରବାରରେ ଏକ ସମ୍ମାନ ଜନକ ପଦବୀ ପ୍ରଦାନ କରିଥିଲେ ।

ବଂଶାବଳୀ

ଗୋପାକୃଷ୍ଣଙ୍କ ବଂଶାବଳୀ

ନନ୍ଦକିଶୋର
ଭାସ୍କର
ବଂଶୀଧାରୀ
ବନବାସୀ ବ୍ରଜବାସୀ
ଗୋପାଳକୃଷ୍ଣ
ଗୌରଚନ୍ଦ୍ର ହରିବନ୍ଧୁ (କବି) କରୁଣାନିଧି (ବାଲ୍ୟମୃତ)
ଗୋପୀନାଥ ବୈଷ୍ଣବ
ରାମକୃଷ୍ଣ ସୂର୍ଯ୍ୟନାରାୟଣ ନୀଳମଣି ବନବାସୀ ଗୋବିନ୍ଦ ଚନ୍ଦ୍ର ଚକ୍ରପାଣି

ରଚନାବଳୀ

ମୁଦ୍ରଣ

ଗୋପାଳକୃଷ୍ଣ ଓଡ଼ିଶାର ପ୍ରସିଦ୍ଧ କବିମାନଙ୍କ ମଧ୍ୟରୁ ଅନ୍ୟତମ ହୋଇଥିବାରୁ ତାଙ୍କର ରଚନାବଳୀ ବହୁ ଗବେଷକଙ୍କ ଦ୍ୱାରା ସଙ୍ଗୃହୀତ ହୋଇ ଅନେକ ଥର ତାଙ୍କ ରଚନାବଳୀ ବା ଗ୍ରନ୍ଥାବଳୀ ପ୍ରକାଶିତ ହୋଇଛି । ତଳେ ତାହାର ତାଲିକା ଦିଆହୋଇଛି ।

କ୍ରମ ନାମ ସଂକଳନକାରୀ ଜୀବନ କାଳ ପ୍ରକାଶନ ବର୍ଷ ପ୍ରକାଶକ ଅଧିକ
୧ ସଙ୍ଗୀତ ସାଗର ଦାମୋଦର ପଟ୍ଟନାୟକ ୧୮୬୫-୧୯୧୫ ୧୮୮୯ରୁ ୧୯୦୩ ଏହାର ଛଅଟି ତରଙ୍ଗ ୧୮୮୯ରୁ ୧୯୦୩ ମସିହା ମଧ୍ୟରେ ପ୍ରକାଶିର ହୋଇଥିଲା । ପ୍ରଥମ ତରଙ୍ଗ ଭୂମିକାରେ ସଂକଳନକାରୀ ଢେଙ୍କାନାଳର ଦାମୋଦର ପଟ୍ଟନାୟକ ଲେଖିଛନ୍ତି- “ଆମ୍ଭେ ଅନେକ ଯତ୍ନ ଓ ପରିଶ୍ରମ ସହକାରେ ସେମାନଙ୍କ (କବିସୂର୍ଯ୍ୟ, ଉପେନ୍ଦ୍ର ଭଞ୍ଜ, ବନମାଳୀ, ରାମକୃଷ୍ଣ ଓ ଗୋପାଳକୃଷ୍ଣ) ଯେଉଂ ସବୁ ଉତ୍କୃଷ୍ଟ ଗୀତ ସଂଗ୍ରହ କରିଅଛୁଁ, ତହିଁ ମଧ୍ୟରୁ ଏକଶତ ଗୀତ ପ୍ରଥମ ତରଙ୍ଗରେ ପ୍ରକାଶିତ ହେଲା ।”
୨ ଚଉପଦୀ ଚନ୍ଦ୍ରୋଦୟ ପଣ୍ଡିତ ଗୋବିନ୍ଦ ରଥ ୧୮୪୮-୧୯୧୮ ୧୮୯୫ କଟକ ପ୍ରିଣ୍ଟିଂ କମ୍ପାନୀ, କଟକ ଏଥିରେ ଅନ୍ୟାନ୍ୟ କବିଙ୍କ ଚଉପଦୀ ସହ ଗୋପାଳକୃଷ୍ଣଙ୍କ ଚଉପଦୀ ସ୍ଥାନ ପାଇଛି ।
୩ ଗୋପାଳକୃଷ୍ଣ କୋଇଲି ୧୮୯୫ ଗଜପତି ପ୍ରେସ, ପାରଳାଖେମୁଣ୍ଡି ଏହା କବିଙ୍କ ଏକ ପ୍ରାଥମିକ ପ୍ରକାଶିତ ରଚନା । ପଦ୍ମନାଭ ନାରାୟଣ ଦେବଙ୍କ ଦ୍ୱାରା ସଂଶୋଧିତ ହୋଇଥିଲା ।
୪ ଗୋପାଳକୃଷ୍ଣ ସଙ୍ଗୀତ ଶ୍ୟାମସୁନ୍ଦର ରାଜଗୁରୁ, ରଘୁନାଥ ପରିଛା ୧୯୧୩ କଟକ ପ୍ରିଣ୍ଟିଂ କମ୍ପାନୀ, କଟକ
୫ ଗୋପାଳକୃଷ୍ଣ ପଦାବଳୀ ରାମକୃଷ୍ଣ ପଟ୍ଟନାୟକ (ଗୋପାଳକୃଷ୍ଣଙ୍କ ଅଣନାତି) ୧୯୧୯ ୩୦୭ ଗୋଟି ଗୀତ ସଂକଳିତ ହୋଇ ପାରଳାଖେମୁଣ୍ଡିର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ହୋଇଥିଲା ।
୬ ଗୋପାଳକୃଷ୍ଣ ପଦ୍ୟାବଳୀ ୧୯୪୯ କୃପାସିନ୍ଧୁ ନରେନ୍ଦ୍ର ଦେବଙ୍କ ଦ୍ୱାରା ସମ୍ପାଦିତ ଓ ବ୍ରହ୍ମପୁରର ସୀମାଦ୍ରି ପଣ୍ଡାଙ୍କ ଦ୍ୱାରା ପ୍ରକାଶିତ ।
୭ ଗୋପାଳକୃଷ୍ଣ ଗ୍ରନ୍ଥାବଳୀ ଓ ଗୋପାଳକୃଷ୍ଣ ପଦାବଳୀ ବାବାଜୀ ବୈଷ୍ଣବ ଚରଣ ଦାସ ୧୮୯୦-୧୯୬୨ ଦୁଇ ଖଣ୍ଡରେ, ୧୯୫୯-୬୦ ଏଥିରେ ୬୧୯ ଗୋଟି ସଙ୍ଗୀତ ସଂକଳିତ ହୋଇଛି । ପାରଳାଖେମୁଣ୍ଡିର ଖାରଡ଼ା ଗ୍ରାମରେ ଥିବା ରାଧାକାନ୍ତ ମଠର ମହନ୍ତ ବାବାଜୀ ଗୋପାଳ ଦାସଙ୍କ ଠାରୁ ପ୍ରାୟ ୩୦୦ କବିତା ସଂଗ୍ରହ କରି ବୈଷ୍ଣବ ଚରଣ ଏଥିରେ ସନ୍ନିବେଶିର କରିଥିଲେ ।
୮ ଗୋପାଳକୃଷ୍ଣ ପଦାବଳୀ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ୧୮୯୭-୧୯୭୮ ୧୯୫୯
୯ ଗୋପାଳକୃଷ୍ଣ ଗ୍ରନ୍ଥାବଳୀ ସରୋଜକୁମାର ପାଣିଗ୍ରାହୀ ୧୯୬୯ ଓଡ଼ିଶା କୋହେନୂର ପ୍ରେସ, କଟକ
୧୦ ଗୋପାଳକୃଷ୍ଣ ରଚନାବଳୀ ଡଃ କୃଷ୍ଣଚରଣ ବେହେରା ୨୦୦୨ ସାହିତ୍ୟ ସଂଗ୍ରହ ପ୍ରକାଶନ, ଗୋପାଳପୁର, କଟକ

ଆଧାର

You May Also Like