Dipak Barik’s biography, net worth, fact, career, awards and life story

Intro Odia actor
A.K.A. Deepak Barik
Is Actor 
From India 
Type Film, TV, Stage & Radio 
Gender male
Birth Cuttack, India

ଦୀପକ ବାରିକ, ଜଣେ ଓଡ଼ିଆ କଥାଚିତ୍ର ଏବଂ ଆଲବମ୍ ଅଭିନେତା । ସେ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହା ପୂର୍ବରୁ ଦୀପକ ଓଡ଼ିଆ ଆଧୁନିକ ଆଲବମ୍‌ରେ ଅନେକ ଗୀତରେ ନୃତ୍ୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର

ଦୀପକ ବାରିକ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଥମେ ଜଣେ ଆଲବମ୍‌ର ନାୟକ ଭାରେ ଓଡ଼ିଆ ଆଲବମ୍‌ରେ ନୃତ୍ୟ କରିଥିଲେ । ଦୀପକ ୨୦୧୮ ମସିହାରେ ତାଙ୍କର ପ୍ରେମିକା ତନୁଜାଙ୍କୁ ବିବାହ କରିଥିଲେ ।

ଅଭିନୟ ଜୀବନ

ଦୀପକ ଓଡ଼ିଆ ଆଲବମ୍ ଜଗତରେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଅନେକ ଲୋକପ୍ରିୟ ଆଲବମ୍ ଗୀତରେ ଦୀପକ ନୃତ୍ୟ କରିଥିଲେ । ସେ ଲିପି, ସୁଇଟ୍ ଭଳି ଅନେକ ଲୋକପ୍ରିୟ ଆଲବମ୍ ତାରକାଙ୍କ ସ‌ହ ମଧ୍ୟ ଅଭିନୟ କରିଥିଲେ । ଏହାପରେ ଦୀପକ ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ମନ ମୋର ପ୍ରଜାପତି ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।

ଏହାପରେ ଦୀପକ ଫ୍ୟାମିଲି ନମ୍ବର୍ ୱାନ୍, ଚାନ୍ଦ ନା ତମେ ତାରା, ସପନର ନାୟିକା, ଆଖି ଖୋଲିଲେ ତୁ ତୁ ହି ତୁ, ତମେ ଥିଲେ ସାଥିରେ, ଗଳ୍ପ ନୁହେଁ ଅଳ୍ପ ଦିନର ଆଦି କଥାଚିତ୍ରରେ ଅଭିନୟ କରିଥିଲେ । ଦୀପକ ଓଡ଼ିଆ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ସାର୍ଥକ ଟିଭିରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ସେ ୨୦୧୭ରେ ସାର୍ଥକର କାର୍ଯ୍ୟକ୍ରମ ରଜ କୁଇନ୍‌ରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ ।

ଅଭିନୀତ କଥାଚିତ୍ର

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୧ ମନ ମୋର ପ୍ରଜାପତି ରିଷି ପ୍ରଥମ ଓଡ଼ିଆ କଥାଚିତ୍ର
ଫ୍ୟାମିଲି ନମ୍ବର୍ ୱାନ୍
ମଥାରେ ଦେଇ ପାଟ ଓଢ଼ଣୀ
୨୦୧୨ ଚାନ୍ଦ ନା ତମେ ତାରା ବାଦଲ
୨୦୧୩ ସପନର ନାୟିକା ମୋହନ
୨୦୧୪ ତମେ ଥିଲେ ସାଥିରେ ବାଦଲ ଦାସ
୨୦୧୫ ଗଳ୍ପ ନୁହେଁ ଅଳ୍ପ ଦିନର ଦୀପକ ମହାପାତ୍ର
୨୦୧୭ ଆଖି ଖୋଲିଲେ ତୁ ତୁ ହି ତୁ
୨୦୧୮ ଜୋର୍‌କା ଝଟ୍କା ନିର୍ମାଣ ଚାଲିଛି

ଆଧାର

ବାହାର ଆଧାର

  • ଦୀପକ ବାରିକ (ଇଣ୍ଟରନେଟ ମୁଭି ଡାଟାବେସରେ)
You May Also Like