Dhaneswar Sahoo’s biography, net worth, fact, career, awards and life story

Intro writer from Odisha, India
Is Writer 
From India 
Type Literature 
Gender male
Birth 30 September 1949, Bhuban
Age: 70 years

ପ୍ରଫେସରଧନେଶ୍ୱର ସାହୁ (ଜନ୍ମ ୩୦ ସେପ୍ଟେମ୍ବର ୧୯୪୯) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ହେତୁବାଦୀ ଚିନ୍ତକ, ଶିକ୍ଷାବିତ ଓ ଲେଖକ ୤ ସେ ଢେଙ୍କାନାଳ ଜିଲ୍ଲାର ଭୁବନଗ୍ରାମରେ ଜନ୍ମଗ୍ରହଣ କରିଥିଲେ୤ ଭୁବନ ଉଚ୍ଚବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିବା ପରେ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୧ ମସିହାରେ ଦର୍ଶନ ସମ୍ମାନରେ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ୧୯୭୩ ମସିହାରେ ଦର୍ଶନରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ୤ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ଓ ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବିଶ୍ୱବିଦ୍ୟାଳୟ ସ୍ୱର୍ଣ୍ଣପଦକ ଲାଭ କରିଥିଲେ ୤ ୧୯୭୪ରେ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା ଆରମ୍ଭ କରି ୨୦୦୭ରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଛନ୍ତି ୤

ରଚନାବଳୀ

  • ଗୋରାଙ୍କ ଦୃଷ୍ଟିରେ ଗାନ୍ଧୀ ଓ ନିରୀଶ୍ୱରବାଦ, (ଅନୁବାଦ), ୧୯୯୬
  • ଆବ୍ରାହମ କୋଭୁର, ୧୯୯୮
  • Strawsan’s Concept of Descriptive Metaphysics, 1998
  • ଭାରତରେ ଜାତିପ୍ରଥା ଓ ତାହାର ବିଲୋପ (ଅନୁବାଦ), ୧୯୯୮
  • ଧର୍ମର ଉର୍ଦ୍ଧ୍ୱରେ, ୨୦୦୦
  • ଧର୍ମ, ଦର୍ଶନ ଓ ସମାଜ, ୨୦୦୨
  • ଭାରତୀୟ ଦର୍ଶନରେ ନିରୀଶ୍ୱରବାଦ, ୨୦୦୯
  • ସଂସ୍କୃତି ଓ ସର୍ବୋଦୟ, ୨୦୦୯
  • ଗାନ୍ଧୀ, ବିଜ୍ଞାନ ଓ ମାନବବାଦ, ୨୦୧୩
  • ପେରିୟାରଙ୍କ ରଚନା (ଅନୁବାଦ), ୨୦୧୩
  • ଜୀବନ ଜିଜ୍ଞାସା, ୨୦୧୫
  • Philosophy, Society and Culture, 2015
  • ଜୀବନ ଅନ୍ୱେଷା, ୨୦୧୬
  • ବିନୋଦ କାନୁନଗୋ, ୨୦୧୬
  • ଜୀବନର ମୂଲ୍ୟ ଓ ହେତୁବାଦ, ୨୦୧୬

ପୁରସ୍କାର ଓ ସମ୍ମାନ

ସଂସ୍କୃତି ଓ ସର୍ବୋଦୟ ପୁସ୍ତକ ନିମନ୍ତେ ସେ ୨୦୧୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ୤ ୨୦୧୪ରେ ପ୍ରଥମ ଓଡ଼ିଆ ଭାବେ ପେରିୟାର ଇଣ୍ଟରନ୍ୟାସନାଲଦ୍ୱାରା ‘ଡ. କେ ବୀରମଣି ଆୱାର୍ଡ ଫର ସୋସିଆଲ ଜଷ୍ଟିସ’ ସମ୍ମାନ ପାଇଥିଲେ୤

ଆଧାର

You May Also Like