| Intro | Indian writer |
| Is |
Writer Short story writer Novelist Accountant |
| From | India |
| Type |
Finance Literature |
| Gender | male |
| Birth | 2 June 1975 |
| Age: | 45 years |
ଦେବାଶିଷ ସାମନ୍ତରାୟ, ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।
ବାଲ୍ୟଜୀବନ ଓ ଶିକ୍ଷା
ଦେବାଶିଷ, ନୟାଗଡ଼ ଜିଲ୍ଲାର ରଣପୁରଅନ୍ତର୍ଗତ ଅଡାଲ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଅଡାଲ ଶଙ୍କର୍ଷଣ ବିଦ୍ୟାଳୟରୁ ୧୯୯୦ମସିହାରେ ମାଟ୍ରିକ ଓ କଣ୍ଟାବାଡ଼ସ୍ଥିତ ରମାମଣୀ ମହାବିଦ୍ୟାଳୟରେ +୨ବିଜ୍ଞାନ ପଢିଥିଲେ । ତାପରେ ନୟାଗଡ଼ ମହାବିଦ୍ୟାଳୟରୁ +୩ବିଜ୍ଞାନ ଓ କଲିକତାରୁ ଚାଟାର୍ଡ ଆକାଉଣ୍ଟାନ୍ସି ପଢିଥିଲେ । କଟକର ଏକ ଚାଟାର୍ଡ ଆକାଉଣ୍ଟାନ୍ସି ସଂସ୍ଥାରୁ ସେ ଚାକିରି ଜୀବନ ଆରମ୍ଭ କରିଥିଲେ ।
ସାହିତ୍ୟ ସର୍ଜନା
ମା’ଙ୍କଠାରୁ ଗପ ଶୁଣି ସେ ସାହିତ୍ୟ ପଢିବା, ଲେଖିବା ପ୍ରତି ଆକର୍ଷିତ ହୋଇଥିଲେ । ନୟାଗଡ଼ କଲେଜ ମୁଖପତ୍ର ‘ରୁକ୍ଷୀ’ରେ ତାଙ୍କ ପ୍ରଥମ କବିତା ‘ବୋଉ’ ପ୍ରକାଶିତ ହୋଇଥିଲା । ‘ପୁଅ’ ଥିଲା ତାଙ୍କର ପ୍ରଥମ ପ୍ରକାଶିତ କ୍ଷୁଦ୍ରଗଳ୍ପ । ଏହି ଗପ ତାଙ୍କୁ ପାଠକୀୟ ପରିଚିତି ଆଣି ଦେଇଥିଲା ।
ରଚନାବଳୀ
ଗଳ୍ପ
- ପର୍ବ
- ଭିନ୍ନସ୍ୱର
- ସତମୁହଁ
- ରାହା
- ଛକିଶୂନ
- ପ୍ରତିବିମ୍ବ
ଉପନ୍ୟାସ
- ଏପଟେ ସେପଟେ
- ବିନ୍ଦୁରୁ ବୃତ୍ତ
ପୁରସ୍କାର ଓ ସମ୍ମାନ
- ରାଜ୍ୟ ଯୁବ ପୁରସ୍କାର
- କଥାସମ୍ରାଟ ଫକୀରମୋହନ ଯୁବ କଥାକାର ସମ୍ମାନ
- କଳିଙ୍ଗପ୍ରଭା ସାରସ୍ୱତ ସମ୍ମାନ
- କିଶୋରୀଚରଣ ପୁରସ୍କାର
- ଟାଇମପାସ ସ୍ୱୟଂଶ୍ରୀ ସମ୍ମାନ
- କୁଞ୍ଜବିହାରୀ ଦାସ ଉପନ୍ୟାସ ସମ୍ମାନ
- କଥାକଳିକା ସ୍ୱତନ୍ତ୍ର ଯୁବପ୍ରତିଭା ପୁରସ୍କାର