Chintamani Acharya’s biography, net worth, fact, career, awards and life story

Intro Lawyer and writer
Was Lawyer 
Writer 
From India 
Type Law 
Literature 
Gender male
Birth 19 December 1891
Death 10 March 1955
(aged 63 years)

ଚିନ୍ତାମଣି ଆଚାର୍ଯ୍ୟ (୧୯ ଡିସେମ୍ବର ୧୮୯୧ – ୧୦ ମାର୍ଚ୍ଚ ୧୯୫୫) ପ୍ରାକସ୍ଵାଧୀନତା କାଳର ଜଣେ ଆଇନଜୀବୀ ଓ ସାହିତ୍ୟିକ ଥିଲେ । ସେ ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତି ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଜୀବନୀ

ଚିନ୍ତାମଣି ଆଚାର୍ଯ୍ୟ ୧୮୯୧ମସିହାରେ କଟକ ଜିଲ୍ଲାର କାଳିକାପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆଇନରେ ଡିଗ୍ରୀ ହାସଲ ପରେ,ସେ ତତ୍କାଳୀନ ବିହାର-ଓଡ଼ିଶା ପାଟଣା ଉଚ୍ଚନ୍ୟାୟାଳୟରେ ଓକିଲାତି କରୁଥିଲେ । ଫଉଜଦାରୀ ମାମଲା ପରିଚାଳନା କରିବା ପାଇଁ ସେ ପ୍ରସିଦ୍ଧ ଥିଲେ । ଅର୍ଥଲାଳସା ନରଖି, ସେ ସ୍ଵାଧୀନତା ସଂଗ୍ରାମୀମାନଙ୍କ ପାଇଁ ନିଜ ଖର୍ଚ୍ଚରେ ମଧ୍ୟ ମାମଲା ଲଢି ତାଙ୍କର ଡିଗ୍ରୀ କରାଉଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରୁଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର କୁଳପତିଭାବରେ ସେ ୧୯୪୮-୧୯୫୧ପର୍ଯ୍ୟନ୍ତ କାମ କରିଥିଲେ । ୧୯୫୫ ମସିହା ମାର୍ଚ୍ଚ ୧୦ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

ସାରସ୍ଵତ ସାଧନା

ଜଣେ ସାହିତ୍ୟିକ ଭାବରେ ଚିନ୍ତାମଣି ଆଚାର୍ଯ୍ୟଙ୍କର ପରିଚିତି ଥିଲା । ମାସିକ ପତ୍ରିକା ଝଙ୍କାର ଏବଂ ଶିଶୁ ପତ୍ରିକା ପଞ୍ଚାମୃତ ସମ୍ପାଦନା କରୁଥିଲେ । ତାଙ୍କ ଲେଖା ଓଡ଼ିଶାର ପ୍ରମୁଖ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା ।

ରଚନାବଳୀ

  • ଇତିହାସ ପ୍ରସଙ୍ଗ
  • ଜଗନ୍ନାଥ ଦାସ
  • କଟକ
  • ଭୁବନେଶ୍ଵର
  • ଶ୍ରୀକୃଷ୍ଣ
  • ବିକ୍ରମାଦିତ୍ୟ
  • ମଙ୍ଗଳ ସ୍ଵପ୍ନ
  • ଗୋପାଳନ

ଉପାଧୀ ଓ ସମ୍ମାନ

  • ରାୟବାହାଦୂର

    ଆଧାର

    You May Also Like