Bhagabati Charan Panigrahi’s biography, net worth, fact, career, awards and life story

Intro Odia writer
Was Writer 
Translator 
From India 
Type Literature 
Gender male
Birth 1 February 1908, Puri district
Death 23 October 1943
(aged 35 years)

ଭଗବତୀ ଚରଣ ପାଣିଗ୍ରାହୀ (୧ ଫେବୃଆରୀ ୧୯୦୮‌- ୨୩ ଅକ୍ଟୋବର, ୧୯୪୩) ପୁରୀ ଜିଲ୍ଲାର ବିଶ୍ଵନାଥପୁରଠାରେ ଜନ୍ମିତ ପ୍ରଗତିଯୁଗର ଜଣେ ଲେଖକ ଥିଲେ ।

ଜନ୍ମ ଓ ଶିକ୍ଷା

ଭଗବତୀ ଚରଣ ୧୯୦୮ ମସିହା ଫେବୃଆରୀ ୧ ତାରିଖରେ ଅଭିଭକ୍ତ ପୁରୀ ଜିଲ୍ଲାର ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ଵନାଥପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତା ସ୍ଵପ୍ନେଶ୍ଵର ପାଣିଗ୍ରାହୀଙ୍କ ୩ ପୁତ୍ର ଓ ୨ କନ୍ୟାଙ୍କ ମଧ୍ୟରୁ ସେ ଥିଲେ କନିଷ୍ଠ ପୁତ୍ର । ଦିବ୍ୟସିଂହ ପାଣିଗ୍ରାହୀ ଓ କାଳିନ୍ଦୀ ଚରଣ ପାଣିଗ୍ରାହୀ(ଔପନ୍ୟାସିକ) ତାଙ୍କର ଅନ୍ୟ ଦୁଇ ଭାଇ ଥିଲେ । ଭଗବତୀ ଚରଣ ନିଜର ପ୍ରାଥମିକ ଶିକ୍ଷା ପୁରୀ ଜିଲ୍ଲା ସ୍କୁଲ ଓ ସତ୍ୟବାଦୀ ବନ ବିଦ୍ୟାଳୟରୁ ସମାପ୍ତ କରି, ରେଭେନ୍ସା ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ ଓ ପାଟଣା ବିଶ୍ଵବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଥିଲେ । ପରବର୍ତ୍ତୀ ସମୟରେ ରେଭେନ୍ସା ମହାବିଦ୍ୟାଳୟରୁ ଆଇନ ଶିକ୍ଷା ମଧ୍ୟ ଲାଭକରିଥିଲେ । ପାଟଣା ବିଶ୍ଵବିଦ୍ୟାଳୟରେ ପାଠ ପଢା ସମୟରେ, ସେ ଅଧ୍ୟାପକ ଜ୍ଞାନଚାନ୍ଦଙ୍କଦ୍ଵାରା ବହୁଳ ଭାବରେ ପ୍ରଭାବିତ ହୋଇଥିଲେ । ଏହି ସମୟରେ ସେ ହରବର୍ଟ ଜର୍ଜ ୱଲ୍ସ(୧୮୬୬-୧୯୪୬), ହ୍ୟାରି ସିନକ୍ଳେୟାର(୧୮୮୫-୧୯୫୧), ବର୍ନାଡ଼ଶ(୧୮୫୬-୧୯୫୦) ଆଦିଙ୍କ ଲେଖାଗୁଡିକ ପଢି ଗଭିର ଭାବରେ ଅନୁପ୍ରାଣିତ ହୋଇଥିଲେ ।

କର୍ମ ଜୀବନ

ଭଗବତୀ ଚରଣ ପ୍ରାରମ୍ଭରୁ ଗାନ୍ଧୀବାଦି ଥିଲେ । ପରବର୍ତୀ ସମୟରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ସହିତ ଜଡିତ ରହିଥିଲେ । ୧୯୩୫ ମସିହାରେ, କଲିକତାରେ ଅବସ୍ଥାନ ସମୟରେ ସେ କମ୍ୟୁନିଷ୍ଟ ପାର୍ଟିର ସଭ୍ୟ ହୋଇଥିଲେ । ୧୯୩୬ ମସିହାରେ, ସେ ପ୍ରାଣନାଥ ଓ ଗୁରୁଚରଣଙ୍କୁ ନେଇ, ଓଡ଼ିଶାରେ ଏକ କମ୍ୟୁନିଷ୍ଟ ସେଲ ଗଠନ କରିଥିଲେ । ସେ ଥିଲେ ଏହି କମ୍ୟୁନିଷ୍ଟ ଦଳର ପ୍ରଥମ ସମ୍ପାଦକ । ଏହି ଦଳ ପ୍ରତି ଛାତ୍ର, ଯୁବକ ଓ ବୁଦ୍ଧିଜୀବିମାନେ ଆକୃଷ୍ଟ ହେବା ଦେଖି ଇଂରେଜ ସରକାର ଏହା ବିରୁଦ୍ଧରେ ମକଦ୍ଦମା ଆରମ୍ଭ କରିଥିଲେ । ଏହି ମକଦ୍ଦମାରେ ନିଜେ ଭଗବତୀ ଚରଣ, ଗୁରୁଚରଣ ପଟ୍ଟନାୟକ, ଅନନ୍ତ ପଟ୍ଟନାୟକ, ଦୁର୍ଗାଚରଣ ମହାନ୍ତି, ରାମଚନ୍ଦ୍ର ମିଶ୍ର, ବୈଦ୍ୟନାଥ ରଥ, ବନମାଳୀ ଦାସ, ବିଜୟ ଚନ୍ଦ୍ର ଦାସ ଓ ଶରତ ପଟ୍ଟନାୟକ ଅଭିଯୁକ୍ତ ହୋଇଥିଲେ ।

ସାହିତ୍ୟ ସର୍ଜନା

ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚେତନାର ଅୟଆରମ୍ଭର ଶ୍ରେୟ ଭଗବତୀ ଚରଣଙ୍କୁ ଯାଏ । ସେ ‘ନବଯୁଗ ସାହିତ୍ୟ ସଂସଦ’ ନାମରେ ଏକ ସାଂସ୍କୃତିକ ଅନୁଷ୍ଠାନ ଗଢି ଓ ଏହି ଅନୁଷ୍ଠାନର ମୂଖପତ୍ର ରୂପେ ‘ଆଧୁନିକ’ ନାମକ ଏକ ମାସିକ ପତ୍ରିକା ପ୍ରକାଶ କରି ଓଡ଼ିଶାରେ ସାମ୍ୟବାଦୀ ଚିନ୍ତାଧାରାର ଏକ ନବୀନ ଲେଖକଗୋଷ୍ଠୀ ସୃଷ୍ଠି କରିଥିଲେ । ଏହି ପତ୍ରିକାର ପ୍ରତମ ସଂଖ୍ୟାରେ, ଏହାର ଆଭିମୁଖ୍ୟ ଜଣାଇବାକୁ ଭଗବତୀ ଲେଖିଥିଲେ ଯେ “ଆରାମ ଚୌକିରେ ବସି ପଢିବା ଯୋଗ୍ୟ ସୂକ୍ଷ୍ମ ସୌଖୀନ ସାହିତ୍ୟ ପାଇଁ ଏଥିରେ ସ୍ଥାନ ନାହିଁ ।” ଭଗବତୀ ଚରଣ, ନିଜ ସ୍ଵଳ୍ପ ଜୀବନକାଳ ମଧ୍ୟରେ, ଅନେକ କ୍ଷୁଦ୍ର ଗଳ୍ପ ରଚନା କରିଯାଇଛନ୍ତି । ‘ଶିକାର’ ଗଳ୍ପଟିକୁ ତାଙ୍କର ଅନ୍ୟତମ ଶ୍ରେଷ୍ଠ ରଚନା ଭାବରେ ବିବେଚନା କରାଯାଏ । ଏହି ଗପଟିର ମୁଖ୍ୟ ଚରିତ୍ର, ନିରିହ କୃଷକ ଘିନୁଆ, ଅତ୍ୟାଚାରି ଜମିଦାରର ମୁଣ୍ଡ କାଟି ତାର ସବୁ ନିର୍ଯାତନାର ପ୍ରତିଶୋଧ ନେଇଛି ଓ ପୁରସ୍କାର ଆଶାରେ ସେହି କଟା ମୁଣ୍ଡ ସହ ପୁଲିସ ନିକଟକୁ ଯାଇଛି । ଏହି ଗଳ୍ପକୁ ‘ମୃଗୟା’ ନାମକ ସଫଳ ଚଳଚିତ୍ରରେ ରୂପାୟିତ କରିଛନ୍ତି, ବିଖ୍ୟାତ ନିର୍ଦ୍ଦେଶକ ମୃଣାଳ ସେନ । ଶିକାର ପ୍ରଭୃତି ୧୨ଟି ଗଳ୍ପକୁ ନେଇ ‘ଭଗବତୀ ଚରଣ ଗଳ୍ପମାଳା’ ନାମରେ ଏକ ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଛି ।

ସାହିତ୍ୟ କୃତି

  • ଶିକାର
  • ହାତୁଡି଼ ଓ ଦା
  • ସ୍ଵୀକାରୋକ୍ତି ଜଙ୍ଗଲି
  • ବଞ୍ଚିତା
  • ଜୀବନର ସମାଧୀ
  • ଝଡ଼
  • ମୃତ୍ୟୁର ବିବେଚନା
  • ମୀମାଂସା
  • ଆରମ୍ଭ ଓ ଶେଷ

୧୯୪୩ ମସିହାରେ, ୩୪ ବର୍ଷ ବୟସରେ ଭଗବତୀଙ୍କର ତିରୋଧାନ ଘଟିଥିଲା ।

ଆଧାର

You May Also Like

Kari Michaelsen’s net worth, biography, fact, career, awards and life story

Kari Michaelsen net worth: Kari Michaelsen is an American actress and motivational singer who has a net worth of $500 thousand. Kari Michaelsen was born in Manhattan, New York in November 1961. She is best known for starring as Katie Kanisky on the television series Gimme a Break! from 1981 to 1987. Michaelsen also appeared in episodes of the TV series Diff’rent Strokes, Eight Is Enough, CHiPs, The Incredible Hulk, Fantasy Island, Hart to Hart, and Full House. Michaelsen was nominated for Young Artist Awards for Best Young Actress for Gimme a Break! in 1983 and The Kid with the 200 I.Q. in 1984. She retired from acting in 2001 and became a public speaker and also hosted educational seminars. Kari Michaelsen married a Mercedes-Benz executive in 2002 and divorced in 2009. She also appeared in the films Saturday the 14th in 1981, Girl Talk in 1989, and in the short Joy Ride: An Auto Theft in 1976.
Read More

Derrick Rose’s net worth, biography, fact, career, awards and life story

Derrick Rose net worth and salary: Derrick Rose is an American professional basketball player who has a net worth of $85 million. Derrick Rose currently earns the Veteran Minimum NBA salary of $2.1 million. At his peak, he earned $21 million playing for the Knicks. In a typical year he earns $12-15 million from endorsements, most notably an Adidas deal. Rose stands 6 feet 3 inches tall and is a point guard. In 2009, Derrick Rose was voted “Rookie of the Year”, the youngest player to that point to ever earn that honor. Derrick Rose was born and raised in Englewood Illinois, one of the most dangerous neighborhoods on Chicago’s South Side. He was Brenda Rose’s fourth son after Dwayne, Reggie and Allan, but the first in seven years. All three were talented basketball players who taught Rose the in and outs of basketball on nearby courts. By the time Rose enrolled at Simeon Career Academy in 2003, he was a hot commodity for collegiate coaches. Despite his reputation, he played freshmen and JV basketball for the Wolverines. Entering his senior year, Rose was ranked the fifth best prospect in the nation by Sports Illustrated. On December 20th, 2011, Derrick signed a 5 year $94 million contract extension with the Chicago Bulls. After being drafted by the Bulls in 2008, Rose signed a shoe deal with Adidas for $1 million per year. In 2012 he signed a deal with Adidas that ultimately could be worth $185 million. He has also signed deals with Wilson Sporting Goods, Skullcandy headphones, Powerade, Force Factor sports drinks and a suburban Chicago Nissan dealership. His agent is former Bulls guard, B. J. Armstrong. Rose was traded to the New York Knicks in 2016 and signed with the Cleveland Cavaliers in 2017. Adidas deal insights: – $185 million overall deal value over 14 years – Adidas pays him around $12m per year – He is given an additional $5m per year for appearance fees and access to a private jet for transportation – Can earn up to $6.5m per year in royalties based on sales – Contract pays Derrick’s older brother $250k per year as a consultant – Contract pays his childhood bff $75k as a consultant – 64 days after signing the contract, Derrick tore his ACL and has never been the same.  
Read More