| Intro | Odia playwright |
| A.K.A. | Basant Kumar Satpathy |
| Was |
Professor Educator Writer Translator Academic lecturer |
| From | India |
| Type |
Academia Education Literature |
| Gender | male |
| Birth | 26 June 1913, Mayurbhanj district |
| Death |
20 February 1994 (aged 80 years) |
ବସନ୍ତ କୁମାର ଶତପଥୀ (୨୬ ଜୁନ ୧୯୧୩ – ୨୦ ଫେବୃଆରୀ ୧୯୯୪) ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ଜନ୍ମିତ ଜଣେ ଓଡ଼ିଆ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ । ବସନ୍ତ କୁମାର ଶତପଥୀ, ଜଣେ ଇଂରାଜୀ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି, ଫକୀର ମୋହନ କଲେଜର ଇଂରାଜୀ ଭାଷା ବିଭାଗର ମୁଖ୍ୟ ଭାବରେ ସେବାନିବୃତ ହୋଇଥିଲେ ।
ରଚନାବଳୀ
ବସନ୍ତଙ୍କ ସାହିତ୍ୟରେ ଗାଉଁଲି ମଣିଷ ଓ ଦଳିତ ଅବହେଳିତ ମଣିଷର ଜୀବନ କାହାଣୀ ବର୍ଣ୍ଣିତ । ତାଙ୍କ ରଚନାରେ ସାଧାରଣ ଓ ସରଳ ଭାଷାର ବ୍ୟବହାର ଦେଖିବାକୁ ମିଳିଥାଏ । ବ୍ୟଙ୍ଗ ଓ କଟାକ୍ଷ ତାଙ୍କ ରଚନାର ଅନ୍ୟତମ ମୁଖ୍ୟ ବିଭବ । ଜୀବନର ଦୁଃଖ, ଯାତନା ମଧ୍ୟରୁ ସେ ତାଙ୍କ ସାହିତ୍ୟ ସର୍ଜନା ପାଇଁ ବାଟ କାଢିନେଇଛନ୍ତି । ବସନ୍ତଙ୍କର ବ୍ୟଙ୍ଗ ସାହିତ୍ୟର ପରିସରରୁ କେହି ବାଦ ପଡିନାହନ୍ତି, ଏପରିକି ସେ ନିଜେ ନିଜକୁ ମଧ୍ୟ ବ୍ୟଙ୍ଗ କରିଛନ୍ତି ନିଜ ରଚନା ମାଧ୍ୟମରେ । ତାଙ୍କର ପ୍ରଥମ ଗଳ୍ପ ସଂକଳନ ଥିଲା “ଆଣ୍ଟି ରୋମାଣ୍ଟିକ” । ନିଜ ରଚନା ବାବଦରେ ଶତପଥୀ କହନ୍ତି :
| “ | ମୋ ସୃଷ୍ଟି ବ୍ୟାଧିଗ୍ରସ୍ତ କଳ୍ପନାବିଳାସ ଓ ପ୍ରୟୋଗବାଦ ବିରୋଧରେ ବିପ୍ଳବ । ମୁଁ କେବଳ ଯାହା ଜାଣେ, ତାହା ଲେଖେ । | ” |
କବିତା
- ସଞ୍ଚୟନ
ନାଟକ
- ହାଇଦ୍ରାବାଦ ଅଙ୍ଗୁର
- ଆଣ୍ଟି ରୋମାଣ୍ଟିକ, ୧୯୬୬
- ପୁଅ ପାଇଁ ଝିଅ
- ନବନାଟିକା
- ଗଙ୍ଗା ଓ ଗାଙ୍ଗୀ, ୧୯୮୧
- ଚମ୍ପା
- କାଇଁ ଚିଆଁ
- ଚାଉଳ
- ମାଂସାସୀମାନଙ୍କ ପାଇଁ, ୧୯୮୨
ଅନୁବାଦ
- ଗୋଟିଏ ଆଳୁ, ୧୯୮୨
- ରାଜା (ରବିନ୍ଦ୍ର ନାଥ ଠାକୁରଙ୍କ ମୂଳ ରଚନା)
- ଟେଲ୍ସ ଫ୍ରମ ସେକ୍ସପିଅର(ମୂଳ ରଚନା ଚାର୍ଲ ଓ ମେରି ଲାମ୍ବସ) – ୧୯୭୭
- ଆସାମୀୟ ସାହିତ୍ୟର ଇତିହାସ(ମୂଳ ଲେଖା : ବିରଞ୍ଚି କୁମାର ବରୁଆ)
ପ୍ରବନ୍ଧ
- ଫକୀର ମୋହନ, ହିଜ ଲାଇଫ ଏଣ୍ଡ ଲିଟରେଚର
ସମ୍ପାଦନା
- ଭଞ୍ଜ ପ୍ରଦୀପ
- ମୟୂରଭଞ୍ଜ କ୍ରୋନିକିଲ
ଆତ୍ମଜୀବନୀ
- ମନେପଡେ
ସମ୍ମାନ ଓ ପୁରସ୍କାର
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮