| Intro | Indian actor |
| A.K.A. | Akshaya Mohanty (Kashyap), Akshaya Mohanty ‘Kashyap’ |
| Was |
Actor Film director |
| From | India |
| Type | Film, TV, Stage & Radio |
| Gender | male |
| Birth | 19 December 1937 |
| Death |
22 May 2004 (aged 66 years) |
ଅକ୍ଷୟ ମହାନ୍ତି(ଜନ୍ମ : ୧୯/୧୨/୧୯୩୭) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ଥିଲେ ।
ଜୀବନୀ
ଅକ୍ଷୟ, ୧୯୩୭ ମସିହାରେ କଟକ ଜିଲ୍ଲାର କିଆଡ଼ିଙ୍ଗିରି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ନାଟ୍ୟକଳା ପ୍ରତି ଆଗ୍ରହୀ ଥିଲେ । ରେଭେନ୍ସା କଲିଜିଏଟ ସ୍କୁଲରେ ପଞ୍ଚମ ଶ୍ରେଣୀରେ ପଢୁଥିବା ସମୟରେ ସେ “ଏକଲବ୍ୟ” ନାଟକରେ ଅଭିନୟ କରିଥିଲେ । “ୟୁନାଇଟେଡ଼ ଆର୍ଟିଷ୍ଟ” ଥିଏଟର ଅନୁଷ୍ଠାନ ଆନୁକୁଲ୍ୟରେ ଅଭିନୀତ ନାଟକ “ମମତା” ତାଙ୍କୁ ପରିଚିତି ଆଣିଦେଇଥିଲା । ଅଭିନୟର ଆକର୍ଷଣ ଏପରି ତୀବ୍ର ଥିଲା ଯେ, ସେ ଚାକିରି ଛାଡି ଅଭିନୟକୁ ନିଜର ବୃତ୍ତି ଭାବରେ ଆବୋରୀ ନେଇଥିଲେ । ୧୯୫୯ ମସିହାରେ ଶ୍ରୀ ଲୋକନାଥ ଚଳଚ୍ଚିତ୍ର ମାଧ୍ୟମରେ ସେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ପରବର୍ତ୍ତୀ ସମୟରେ ସେ ବହୁ ଓଡ଼ିଆ କଥାଚିତ୍ର ଓ ଯାତ୍ରାରେ ଅଭିନେତା ଓ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ଓଡ଼ିଆ କଥାଚିତ୍ର
ଅଭିନୟ
- ଶ୍ରୀ ଲୋକନାଥ
- ମଲାଜହ୍ନ
- ନବଜନ୍ମ
- ଅମଡ଼ା ବାଟ
- ସଂସାର
- ମାଣିକ ଯୋଡ଼ି
- ହିସାବ ନିକାଶ
- ଲାଲ ପାନ ବିବି
- ଚିଲିକା ତୀରେ
ନିର୍ଦ୍ଦେଶନା
- ନୀଳ ଶୈଳ
- ଜୟ ମା ମଙ୍ଗଳା
- ସଉତୁଣୀ
- ଶଙ୍ଖ ମହୂରୀ
ଆଧାର
ବାହାର ଆଧାର
- ଅକ୍ଷୟ ମହାନ୍ତି (ଇଣ୍ଟରନେଟ ମୁଭି ଡାଟାବେସରେ)